BRICSରେ ଭାରତ ପାଇଁ ବଡ଼ ପରୀକ୍ଷା: ଇରାନର ଚାପ, ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ କୂଟନୈତିକ ସନ୍ତୁଳନର ଚ୍ୟାଲେଞ୍ଜ ନୂଆଦିଲ୍ଲୀ: BRICS ଶିଖର ସମ୍ମିଳନୀକୁ ନେଇ ଭାରତ ସମ୍ମୁଖରେ ଏବେ ଦୁଇଟି ବଡ଼ କୂଟନୈତିକ ପରୀକ୍ଷା। ଗୋଟିଏ ପଟେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ନେଇ ଇରାନର କଠୋର ଆଭିମୁଖ୍ୟ, ଅନ୍ୟପଟେ ଡଲାର୍ର ପ୍ରଭାବ କମାଇବା ନେଇ BRICS ଦେଶଗୁଡ଼ିକର ଉଦ୍ୟମ ଏବଂ ଆମେରିକାର ଚେତାବନୀ। ଏଭଳି ପରିସ୍ଥିତିରେ ସମସ୍ତ ସଦସ୍ୟ ଦେଶକୁ ଗୋଟିଏ ମତରେ ଆଣିବା ଭାରତ ପାଇଁ ସହଜ ହେବ ନାହିଁ। ଭାରତ ନିଜ ଅଧ୍ୟକ୍ଷତାରେ BRICS ଶିଖର ସମ୍ମିଳନୀ ଶେଷରେ ସମସ୍ତ ସଦସ୍ୟଙ୍କ ସହମତିରେ ଏକ ଯୁଗ୍ମ ଘୋଷଣାପତ୍ର...






