ଆଗାମୀ ସପ୍ତାହରେ କମିପାରେ ଚିନି ଦର, ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି ନୂଆଦିଲ୍ଲୀ: ଚିନିର ବଢ଼ୁଥିବା ଦାମକୁ ନେଇ ଚିନ୍ତିତ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଆଗାମୀ ୭ ଦିନ ମଧ୍ୟରେ ଚିନି ଦର ହ୍ରାସ ପାଇବା ଆରମ୍ଭ ହୋଇପାରେ ବୋଲି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ (ISMA) ଆଶା ପ୍ରକାଶ କରିଛି। ଗତ କିଛି ଦିନ ଧରି ଦେଶର ବିଭିନ୍ନ ବଜାରରେ ଚିନି ଦର ବଢ଼ିଛି। କେତେକ ସ୍ଥାନରେ ଖୁଚୁରା ବଜାରରେ ଚିନି କିଲୋପ୍ରତି ୫୫ରୁ ୫୬ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖିବାକୁ ମିଳିଛି। ତେବେ ଦେଶରେ ଚିନିର ପ୍ରକୃତ ଅଭାବ ନଥିବା ISMA ସ୍ପଷ୍ଟ କରିଛି।...






