ବିଶ୍ୱକପ୍ରେ ପାକିସ୍ତାନକୁ ହରାଇଲା ଭାରତ, ୫-୩ ବିଜୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ ଆମଷ୍ଟେଲଭିନ୍, ଅଗଷ୍ଟ ୧୯: ହକି ବିଶ୍ୱକପ୍ରେ ପୁଣି ଥରେ ପାକିସ୍ତାନ ଉପରେ ଭାରୀ ପଡ଼ିଛି ଭାରତ। ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍ସ୍ଥିତ ୱାଗେନର ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଡିର ରୋମାଞ୍ଚକର ମୁକାବିଲାରେ ଭାରତ ୫-୩ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ବିଶ୍ୱକପ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଅଗ୍ରସର ହୋଇଛି। ମ୍ୟାଚ୍ର ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଅଧିନାୟକ ହରମନପ୍ରୀତ ସିଂହ ଏବଂ ଅଭିଷେକଙ୍କ ଗୋଲ୍ ବଳରେ ଭାରତ ପ୍ରଥମ କ୍ୱାର୍ଟରରେ ଭଲ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଗୋଲ୍ ବର୍ଷା ଜାରି...






