ପ୍ରାୟ ସମୟ ପଡ଼ୁଛି ରେଳଫାଟକ, ପଥଚାରୀ ଓ ବିଭିନ୍ନ ମହଲରେ ଅସନ୍ତୋଷ ତାଳଚେର, ୧୪/୦୫ ତାଳଚରେ ବାଇପାସ୍ ଛକ ଠାରୁ ହାଟତୋଟାକୁ ଯାଇଥିବା ମୁଖ୍ୟରାସ୍ତାରେ ରେଲୱେ ଫାଟକ ରହିଛି । ପ୍ରାୟ ସମୟରେ ଏହି ଫାଟକ ପଡ଼ୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ମୁଖ୍ୟରାସ୍ତାରେ କୋର୍ଟ, କଚେରୀ, ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ, ଆରଆଇ, ରେଭିନ୍ୟୁ ଅଫିସ୍, ପୋରେଷ୍ଟ ଅଫିସ୍, ପଶୁଚିକତ୍ସାଳୟ, ମହିଳା ମହାବିଦ୍ୟାଳ, ଯୁବରାଜ ହାଇସ୍କୁଲ, ବିରାଦରପଡ଼ା ୟୁପି ସ୍କୁଲ, ଷ୍ଟେଟବ୍ୟାଙ୍କ, ଗ୍ରାମ୍ୟବ୍ୟାଙ୍କ, ପୋଷ୍ଟ ଅଫିସ୍, ପୌରପରିଷଦ ଚିକିତ୍ସାଳୟ ଏବଂ ଛୋଟବଡ଼ ସରକାରୀ ବେସରାକରୀ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ୍ କାର୍ଯ୍ୟରେ ଯିବାକୁ ବହୁ...






