ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ “ଭାରତ-ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା” ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଲକ୍ସନ୍ ତାଙ୍କ ସ୍ୱାଗତ ଭାଷଣରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ଗଭୀର ଏବଂ ଦୀର୍ଘସ୍ଥାୟୀ ସମ୍ପର୍କକୁ ଉଲ୍ଲେଖ କରିଥିଲେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ସହ ପାରସ୍ପରିକ ସମୃଦ୍ଧିକୁ ଆଗେଇ ନେବା ପାଇଁ ଏକ ସାମୂହିକ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ...






