ଖାମଖିଆଲି କୋଭିଡ୍ ଟେଷ୍ଟି ଯୋଗୁଁ ଜନତା ହନ୍ତସନ୍ତ ଜେ. ବି. ଏନ୍ (ସୁଶାନ୍ତ କୁମାର /ଶୁଭମ ପାଣି) ୧୪/୦୪ /୨୦୨୧ ଢେଙ୍କାନାଳ : ଖାମଖିଆଲି କୋଭିଡଟେଷ୍ଟି ଯୋଗୁଁ ଆଜି କାମାକ୍ଷାନଗର କୁସୁମଯୋଡି ପଞ୍ଚାୟତ ନୁଆଗାଁବିଲ ଗ୍ରାମର ହଳଧର ବିଶ୍ଵାଳ ହନ୍ତସନ୍ତ | ଦେହ ଖରାପ ଲାଗିବାରୁ ହଳଧର ଆଜି ଦିନ ୧୨ ଟା ବେଳେ ଅଁଳାବେରେଣୀ ମେଡିକାଲ ଯାଇ ନିଜର କୋଭିଡ୍ ଟେଷ୍ଟି କରାଇଥିଲେ । ଏହା ପଜିଟିଭ ଆସିବାରୁ ତାଙ୍କର ସନ୍ଦେହ ସୃଷ୍ଟି ହେଲା । ତେଣୁ ସେ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସି ନିଜର କୋଭିଡ୍ ଟେଷ୍ଟି ଆଉଥରେ କରାଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହା...






