ଅନୁଗୋଳ: ଅନୁଗୋଳ ଜିଲ୍ଲା ଟାଉନ ଶିକ୍ଷକପଡ଼ାର ଇକୋ ପାର୍କ ସାମ୍ନାରେ ଗୁଳିମାଡ଼ ହୋଇଛି। ବାଇକରେ ଆସି ଗୁଳିମାଡ଼ କରିଥିଲେ ୩ ଜଣ ଯୁବକ। ଗୁଳିମାଡ଼ରେ ଭବାନୀ ଶଙ୍କର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ଅନୁଗୋଳ: ଅନୁଗୋଳ ଜିଲ୍ଲା ଟାଉନ ଶିକ୍ଷକପଡ଼ାର ଇକୋ ପାର୍କ ସାମ୍ନାରେ ଗୁଳିମାଡ଼ ହୋଇଛି। ବାଇକରେ ଆସି ଗୁଳିମାଡ଼ କରିଥିଲେ ୩ ଜଣ ଯୁବକ। ଗୁଳିମାଡ଼ରେ ଭବାନୀ ଶଙ୍କର ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ,ଦଶଜଣ ସମେତ ବୋଲେରୋ,ବାଇକ୍ ଓ ମୋବାଇଲ୍ ଜବତ୍ କେନ୍ଦୁଝର ଜିଲ୍ଲାରେ ଚାଲିଛି ଅବୈଧ ଜୁଆଖେଳ, ଜୁଆ ଆଡ୍ଡା ରେ ପୋଲିସ୍ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ। ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ଗ୍ରାମରେ ବେଆଇନ ଜୁଆଖେଳ ଓ କୁକୁଡା ଲଢେଇ ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ । ଏହି ଚଢ଼ାଉ ରେ ଗୋଟିଏ ବେlଲେରେl ସହିତ ଏକତିରିଶଟି ମୋଟର ସାଇକେଲ ଜବତ ଏବଂ ଦଶ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତେର ହଜାର ନଅସହ ଷାଠିଏ ଟଙ୍କା ଓ ପାଞ୍ଚୋଟି ମୋବାଇଲ ଜବତ...
ବଅଁରପାଳ,୯.୧୨ – ବଅଁରପାଳରେ ପ୍ରତ୍ୟେକ ମଙ୍ଗଳବାର ହେଉଥିବା ସାପ୍ତାହିକ ହାଟରେ ମୋବାଇଲ ଫୋନ ଚୋରୀ ହେଉଥିବା ଜଣାପଡିଛି l ଗହଳିର ସୁଯୋଗ ଓ ଗ୍ରାହକଙ୍କ ଅନ୍ୟମନସ୍କତା ର ସୁଯୋଗ ନେଇ ଚତୁରତାର ସହ ଚୋରୀ ହେଉଛି ମୋବାଇଲ l ଗତ ମଙ୍ଗଳବାର ୩ ଟି ମୋବାଇଲ ଚୋରୀ ହେଇଥିବା ବେଳେ ଆଜି ୪ ଟି ଚୋରୀ ହୋଇଥିବା ଜଣାପଡିଛି l ଆଉ ଏସମସ୍ତ ଘଟଣା ଘଟିଛି ଗହଳିପୂର୍ଣ୍ଣ ଦୋକାନରେ ବୋଲି ଚୋରୀ ହେଇଥିବା ବ୍ୟକ୍ତି ମାନେ ପ୍ରକାଶ କରିଛନ୍ତି l ଆଜି ଚୋରୀ ହେଇଥିବା ୩ ବ୍ୟକ୍ତିଙ୍କ ଘର ବାହାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ସ୍ଥାନୀୟ ବଅଁରପାଳର...
କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୋଲିସ୍ କୁ ମିଳିଛି ବଡ଼ ସଫଳତା ।ବଡ଼ବିଲ ପୋଲିସ୍ ଦ୍ବାରା ସାଇବର ଠକ ଗିରଫ ତାର ରହିଛି ଚାଇନା ଲିଙ୍କ୍ । ବଡ଼ବିଲ ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସାଇବର ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜଣେ ସାଇବର ଠକ ଗିରଫ।ଏହି ସାଇବର ଠକ ନାମରେ ବିଭିନ୍ନ ରାଜ୍ୟରେ ପ୍ରାୟ ସଇଁତିରିସ ଟି କେସ ରୁଜୁ ହୋଇଛି। ତା ନାମରେ ବିଭିନ୍ନ ବ୍ୟାଙ୍କ୍ ରେ ନଅଟି ଏକାଉଣ୍ଟ୍ ଓ ତା ମାଆ ନାମରେ ଦୁଇଟି ଏକାଉଣ୍ଟ୍ ରହିଛି ଯାହାକୁ କି ଫ୍ରିଜ୍ କରାଯାଇଛି ସେ ଓଡ଼ିଶା ଓ ଓଡ଼ିଶା ବାହାରେ ତାର...
କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ ସୁଗାର କାରବାର ନେଇ ଚଢାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ । ଗିରଫ ଦୁଇଜଣ ମା ଓ ପୁଅ ହୋଇଥିବା ବେଳେ ଚଢାଉ ବେଳେ ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ ।ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ବ୍ୟବସାୟ କରୁଥିଲେ। ରାଜ୍ୟ ବାହାରର ବେପାରୀଙ୍କ ସହିତ ସଂପର୍କ...
ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇ ପରିବହନ କରୁଥିବା ଦୁଇଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଆରପିଏଫ ବ୍ରହ୍ମପୁର – “ଆଜି, ବ୍ରହ୍ମପୁର ଜିଆରପିଏସ, ଆରପିଏଫ/ସିଆଇବି ଖୋର୍ଧା ରୋଡ ସହିତ ସମନ୍ୱୟ ରଖି, ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇର ଏକ ପ୍ରମୁଖ ଅବୈଧ ପରିବହନକୁ ସଫଳତାର ସହ ଅଟକାଇଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ବ୍ୟକ୍ତିଙ୍କୁ ସନ୍ଦେହଜନକ ଭାବରେ ଭାରୀ ବ୍ୟାକପ୍ୟାକ୍ ଏବଂ ପ୍ଲାଷ୍ଟିକ୍ କ୍ରିକେଟ୍ ବ୍ୟାଟ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଅଟକ ରଖାଯାଇଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଯାଞ୍ଚ ଏବଂ ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି, ୨୩ଟି ବ୍ୟାକପ୍ୟାକ୍ ଏବଂ ୧୦ଟି...
ଅବୈଧ ଜଙ୍ଗଲି ବାରାହା ଶିକାର, ବାରାହା ମାଂସ ସହ ତିନି ଗିରଫ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ଯୋଡ଼ା ସେକ୍ସନ ରେ ଅବୈଧ ଭାବେ ଜଙ୍ଗଲି ବାରାହା ଶିକାର କରି ତିନି ଗିରଫ। ଜଙ୍ଗଲ ରେ ଫାସ ବସାଇ ବାରହା ଧରି ମାଂସ କାଟୁଥିବା ବେଳେ ଚଢାଉ କଲା ବନ ବିଭାଗ l କଟା ବାରହା ମାଂସ ସହିତ ତିନି ଗିରଫ l ଛୁରି ପନିକି ଜବତ୍ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଯେlଡା ସେକ୍ସନର ମୁଟୁଦା ଗ୍ରାମ ନିକଟ ସୁନାନଦୀ ନିକଟରେ ଫାସ ପକାଇ ବାରହା ଧରି ଗ୍ରାମରେ...
ଵହୁଚର୍ଚ୍ଚିତ ରାଜ୍ୟ ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଆଉ ଏକ ସଫଳତା ମିଳିଛି। ସିବିଆଇ ଟିମ୍ ପରୀକ୍ଷା କେଳେଙ୍କାରୀ ମାମଲାରେ ଜରେ ଅଭିଯୁକ୍ତକୁ ବିହାରର ଗିରଫ କରିଛନ୍ତି। ଏହି ମାମଲା ସହିତ ଜଡ଼ିତ ଅଭିଯୁକ୍ତ ଧରାପଡ଼ିବା ଭୟରେ ବିହାରରେ ଯାଇ ଲୁଚିଥିଲା। କିନ୍ତୁ ସିବିଆଇ ନଜରରୁ ଖସିଯାଇ ପାରି ନଥିଲା। ଅଭିଯୁକ୍ତକୁ ବିହାରରୁ ଗିରଫ କରିଛି।ପୁଲିସ ଏସ୍ଆଇ ଦୁର୍ନୀତି ପଛରେ ଆନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡ଼ିଛି। ରାଜ୍ୟର ପ୍ରମୁଖ ଦଲାଲଙ୍କ ସମେତ ଅନ୍ୟ ରାଜ୍ୟର ଲୋକ ମଧ୍ୟ ଏହି କେଳେଙ୍କାରୀରେ ସଂପୃକ୍ତ ଅଛନ୍ତି। ସିବିଆଇ ଗିରଫ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି। ପଚରାଉଚୁରା ସମୟରେ...
ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ, ମାଫିଆ ଫେରାର କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଟିତଳେ ଲୁହାପଥର ଗଚ୍ଛିତ ରହିଛି । ଏବଂ ଏହି ଲୁହାପଥର ଉପରେ ଖଣି ମାଫିଆ ମାନଙ୍କ ନଜର ରହିଛି, ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏହି ଖଣିଜ ପଦାର୍ଥ ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଥାଏ ଓ ଅଧିକାଂଶ ସମୟରେ ଦେଖାଯାଏ କି ଚୋରାଚାଲାଣ ବେଳେ ପୋଲିସ୍ ପ୍ରଶାସନ ହେଉ ଅବା ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥାଏ କିନ୍ତୁ ବିଡମ୍ବନା ର ବିଷୟ ଅନେକ ସମୟରେ ଚୋରାଚାଲାଣ ରେ ନିୟୋଜିତ...
ଅନୁଗୋଳ – ନଭେମ୍ୱର ୦୩, ୨୦୨୫ ରେ, ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା ରେଖାରେ ଡ୍ୟୁଟିରେ ଥିଲେ, ଯେତେବେଳେ ସେମାନେ ମହିଧରପଡ଼ା ଛକରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ। ଦଳକୁ ଦେଖି, ବ୍ୟକ୍ତି ଜଣକ ତୁରନ୍ତ ସେହି ସ୍ଥାନରୁ ପଳାଇଗଲେ।ସନ୍ଦେହ କରି, ପାଟ୍ରୋଲିଂ କର୍ମଚାରୀମାନେ ଆଖପାଖ ଅଞ୍ଚଳର ସମ୍ପୂର୍ଣ୍ଣ ତଲାସୀ କରିଥିଲେ। ତଲାସୀ ସମୟରେ, ସେମାନେ ଏକ କାର୍ଟ୍ରିଜ୍ ସହିତ ଲୋଡ୍ ହୋଇଥିବା ଏକ ହାତ ତିଆରି ବନ୍ଧୁକ ଉଦ୍ଧାର କରିଥିଲେ। ଅସ୍ତ୍ରଶସ୍ତ୍ର...









All rights reserved. Designed by Inter Softech