ରାଜ୍ୟରୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ମୋହନ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ । ‘ସୁରକ୍ଷିତ ଗାଡ଼ି ଚଳାଇବା, ସୁରକ୍ଷିତ ଘରକୁ ଫେରିବା’ ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ ‘ଶୂନ ଦୁର୍ଘଟଣା ଦିବସ’ (Zero Accident Day) କାର୍ଯ୍ୟକ୍ରମରରେ ସଚେତନତା ଅଭିଯାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ 13ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା...






