କାର୍ଯ୍ୟରୁ ଛଟେଇକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର ତାଳଚେର, ୧୧/୦୬ ବର୍ଷେ କି ଦୁଇବର୍ଷ ନୁହଁ ଦୀର୍ଘ ୭ବର୍ଷ ଧରି ରୋଗୀଙ୍କୁ ସେବା ଯୋଗାଇ ଦେଇଥିବା ୭ଜଣ ଠିକାକର୍ମଚାରୀ ବିନା ନୋଟିସ୍ରେ ଛୋଟେଇ କରାଯାଇଥିବା ଏବେ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ, ବିରଜା ସିକ୍ୟୁରିଟି ସର୍ଭିସ୍ ପକ୍ଷରୁ ୨୦/୦୧/ ୨୦୨୦ ମସିହାରୁ ୭ଜଣଙ୍କୁ ତାଳଚେର ସରକାରୀ ମଣ୍ଡାପାଳ ଡ଼ାକ୍ତରଖାନାରେ ହେଲପଡ଼େକ୍ସରେ ଠିକା କର୍ମଚାରୀଭାବେ ନିଯୁକ୍ତି କରାଯାଇଥିଲା । ସେମାନେ ସୂଚାରୁରୂପେ ରୋଗୀଙ୍କୁ ସେବା ଯୋଗାଇ ଦେଉଥିଲେ । ଏପରିକି, କରୋନା ସମୟରେ ତାଙ୍କ ଜୀବନକୁ ବାଜି ଲଗାଇ ନିଜ କର୍ତବ୍ୟରେ ବହନ କରୁଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଉକ୍ତ...






