ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟ ଆନୁକୂଳ୍ୟରେ ତ୍ରିଦିବସୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ- ତାଳଚେର, ୧୬/୦୫ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସର୍ବଶେଷ ଶିକ୍ଷଣ କୌଶଳ ସହ ଅଭ୍ୟସ୍ତ କରାଇବା ଓ ଦକ୍ଷତାର ବିକାଶ ଘଟ।ଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶାଳୟର ଆନୁକୂଳ୍ୟରେଦକ୍ଷତା ବିକାଶ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଆସୁଛି। ଏହି କ୍ରମରେ, ମାଧ୍ୟମିକ ସ୍ତରୀୟ ଓଡ଼ିଆ ଓ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏକ ତ୍ରିଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ, ଜଗନ୍ନାଥ କ୍ଷେତ୍ର ,ଡେରା ଠାରେ ୧୪ ତାରିଖରେ ଉଦଯାପିତ ହୋଇଯାଇଛି। ଗତ ୧୨ ତାରିଖରେ ଏହାର ଉଦଘାଟନୀ ଉତ୍ସବରେ ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳ। ଚକ୍ରବର୍ତ୍ତୀ ପୌରହିତ୍ୟ...






