ସେଲଟାକ୍ସ ଟ୍ରିବ୍ୟୁନାଲ ଜୁଡିସିିଆଲ ମେମ୍ବରଙ୍କ ପରଲୋକ ତାଳଚେର, ୨୭/୦୪ ତାଳଚେର ଟାଉନ ବ୍ରାହ୍ମଣଶାସନ ୨ନଂୱାର୍ଡ଼ର ଆଇନଜିବୀ ସ୍ୱର୍ଗତ ଦିବାକର ମିଶ୍ରଙ୍କ ସୁପତ୍ର ସତ୍ୟପ୍ରିୟ ମିଶ୍ରଙ୍କ (୫୮) ପରଲୋକ ହୋଇଯିବା ଘଟଣା ତାଳଚେର ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି । ତାଳଚେରର ପ୍ରଥମ ଓଜେଏସ୍ ପାଇ ଜିଲ୍ଳା ଜଜ୍ ଭାବରେ ଅନେକ ଜିଲ୍ଳାରେ କାର୍ଯ୍ୟକରି ସେ ପ୍ରସଂଶିତ ହୋଇଥିବା ବେଳେ ଏବେ ସେ ସେଲଟାକ୍ସ ଟ୍ରିବ୍ୟୁନାଲ ଜୁଡ଼ିସିଆଲ ମେମ୍ବରଭାବେ କଟକରେ ଅବସ୍ଥାପିତ ଥିଲେ । ସେ କିଛି ଦିନ ପୂର୍ବରୁ ଅସୁସ୍ଥଥିଲେ ଓ ଗତକାଲି ତାଙ୍କୁ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ହଠାତ୍ ଗତକାଲି ରାତିରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ...






