ଭାରତ-ନେପାଳ ବାଣିଜ୍ୟରେ ନୂଆ ଅଧ୍ୟାୟ: ବିରାଟନଗରରେ ପହଞ୍ଚିଲା ପ୍ରଥମ ସିଧାସଳଖ କଣ୍ଟେନର ମାଲବାହୀ ଟ୍ରେନ୍ ନୂଆଦିଲ୍ଲୀ, ୨ ଅଗଷ୍ଟ: ଭାରତ-ନେପାଳ ମଧ୍ୟରେ ରେଳପଥରେ ମାଲ ପରିବହନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। କୋଲକାତା ବନ୍ଦରରୁ ନେପାଳର ବିରାଟନଗର କଷ୍ଟମ୍ସ ୟାର୍ଡ ପର୍ଯ୍ୟନ୍ତ ପ୍ରଥମ ସିଧାସଳଖ ବାଣିଜ୍ୟିକ କଣ୍ଟେନର ମାଲବାହୀ ଟ୍ରେନ୍ ସଫଳତାର ସହ ପହଞ୍ଚିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସୀମାପାର ମାଲ ପରିବହନ ଆହୁରି ସୁଗମ ଓ ଦ୍ରୁତ ହେବ ବୋଲି ଆଶା କରାଯାଉଛି। ୪୦ଟି ୱାଗନ୍ରେ କାନୋଲା ଶସ୍ୟ ବୋଝେଇ ଏହି ଟ୍ରେନ୍ ସଂଶୋଧିତ ଭାରତ-ନେପାଳ ରେଳ ଟ୍ରାଞ୍ଜିଟ୍ ପ୍ରୋଟୋକଲ୍ ଅଧୀନରେ ଯାତ୍ରା ସମ୍ପୂର୍ଣ୍ଣ...






