
ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ ଆସିଛି। ସମଗ୍ର ଦେଶରେ କୌଣସି ଗୋଟେ ବି ରାଜ୍ୟ ସରକାର ସଙ୍ଗଠିତ/ଠିକା ଶ୍ରମିକ ମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ସମ୍ମାନ ଜନକ ମଜୁରୀ ନିର୍ଦ୍ଧାରଣ କରି ନାହାଁନ୍ତି। ଯାହା କିଛି ମିଳିଛି ସେଥିରେ ପରିବାର ଜନଙ୍କ ପେଟ କୁ ନିଅଣ୍ଟ। ପିଲା ମାନଙ୍କୁ ପାଠ ପଢାଇବା, ବୁଦ୍ଧ ପିତା ମାତା ଙ୍କୁ ତାଙ୍କ ଔଷଧ ଖର୍ଚ୍ଚ, ପର୍ବପର୍ବାଣୀ, ବିବାହ...















