କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିର, ଯାହାକୁ ଆନୁଷ୍ଠାନିକ ଭାବେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ନାମେ ଅଭିହିତ କରାଯାଇଛି, ସେହି ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ଓଡ଼ିଶା ସରକାରଙ୍କ ଆପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ବିଧାୟକ ଅଗ୍ନିମିତ୍ରା ପାଉଲ। ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀକୁ ଏହି ବିବାଦର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏପ୍ରିଲ ୩୦ରେ ଉଦଘାଟିତ ଦୀଘା ମନ୍ଦିରକୁ ପଶ୍ଚିମବଙ୍ଗ ସରକାରଙ୍କ ରେକର୍ଡରେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ଉଲ୍ଲେଖ କରାଯାଇଛି । ଦେଶରେ ଚାରୋଟି ଧାମ ରହିଛି...









