ଗତବର୍ଷ ରଥଯାତ୍ରା ଘଟଣା ଏବେଯାଏଁ କାହାରି ମନରୁ ଲିଭିନି। ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା। ଆଉ ଏବେ ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି, ତେଣୁ ଗତବର୍ଷ ଭଳି ଆଉ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ।ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନାହିଁ। ଚାରମାଳ ବନ୍ଧା...






