ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ୨୪ତମ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସଵ ପାଳିତ।।

ତାଳଚେର ୫/୯ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ ପକ୍ଷରୁ ଆଜି ୨୪ତମ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସଵ ମହାସମାରୋହରେ ସ୍ଥାନୀୟ ଦେଉଳ ବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ପ୍ରତିଷ୍ଠାରେ ଗଢି ଉଠିଥିବା ଏହି ପୁରାତନ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତି ବର୍ଷ ଅବସରପ୍ରାପ୍ତ ଶିକ୍ଷକ ଅଧ୍ୟାପକ, ମାନଙ୍କୁ ଗୁରୁ ଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ କରିବା ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରିଥାଏ ଓ ଉପଖଣ୍ଡ ରେ ଥିବା ସ୍କୁଲ କଲେଜ ର ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ମାନୀତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମଧ୍ୟ ସମ୍ମାନୀତ କରାଯାଇଥାଏ ଏହି କ୍ରମରେ ଆଜି ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇ ୨୫୦ରୁ ଉର୍ଦ୍ଧ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ଉପଖଣ୍ଡ ରେ ଅବସରପ୍ରାପ୍ତ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିପାଇଁ ଆୟୋଜିତ ସମାରୋହ ରେ ମୂଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁ ଯୋଗ ଦେଇ ଏହିଭଳି କାର୍ଯ୍ୟକ୍ରମ କୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ୨୪ ବର୍ଷ ଧରି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାରୁ ଆୟୋଜକ ଅନୁଷ୍ଠାନର ପ୍ରତିଷ୍ଠାତା, ସଭାପତି ଓ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରିଥଲେ। ଆଗାମୀ ଦିନରେ ଏହାର କୋଳେ ବୃଦ୍ଧି କାମନା କରିଥଲେ, ମୁଖ୍ୟବକ୍ତା ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ପ୍ରଫେସର ମଦନ ମୋହନ ମୋହଲା ଯୋଗ ଦେଇ ଗୁରୁ ଶିଷ୍ୟର ପରମ୍ପରା ଯୁଗେ ଯୁଗେ ରହିଛି ଓ ଏହି ପରମ୍ପରାକୁ ବଜାୟ ରଖିଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ଗୁରୁ ଶିଷ୍ୟର ପରମ୍ପରା କୁ ନେଇ ଅନେକ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ। ଅନୁଷ୍ଠାନ ର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଉପେନ୍ଦ୍ର ପରିଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଅବସରପ୍ରାପ୍ତ ଅଧକ୍ଷ ସରୋଜ ପ୍ରଧାନ ବିବରଣୀ ପାଠ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ ସାହୁ, ଜିଲ୍ଲାପରିଷଦ ସଦସ୍ୟା ରିତାରାଣୀ ଦାସ , ମୁରଲୀ ଧର ସାହୁ ଯୋଗ ଦେଇଥିଲେ, ଅନୁଷ୍ଠାନ ର କୋଷାଧ୍ୟକ୍ଷ ସଂଜୟ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଅନୁଷ୍ଠାନ ର ସଦସ୍ୟ ଯୁବ ନେତା ନିର୍ମଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ମହାପୁରୁଷ ମାନଙ୍କୁ ମାଲ୍ୟାର୍ପଣ ପରେ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ, ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇ ସଭାକାର୍ଯ୍ୟ ଆରୋମ୍ଭ କରାଯାଉଥିଲା। ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଶିକ୍ଷାଗୁରୁ ସ୍ବର୍ଗତ ବୃନ୍ଦାବନ ସାହୁ ଙ୍କ ପାଇଁ ନୀରବ ପାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ତାଳଚେର ଉପଖଣ୍ଡ ଓ ଢେ଼ଙ୍କାନାଳ ଜିଲ୍ଲାର ଅନେକ ଅନୁଷ୍ଠାନ ର ସଦସ୍ୟ ନିମନ୍ତ୍ରିତ ଅତିଥି ମାନେ ଯୋଗ ଦେଇଥିଲେ।।




