ଦୂର୍ବୁର୍ତଙ୍କ ଖଣି ଅଞ୍ଚଳରେ ଉତ୍ପାତ, ଯୋଡ଼ାରେ ଓଟୋ ଏଜେନ୍ସୀର ସଟରତାଡ଼ି ଦେଢ଼ ଲକ୍ଷ ଲୁଟ୍ ଅଭିଯୋଗ।
କେନ୍ଦୁଝର ଜିଲ୍ଳାର ଖଣିଜ କ୍ଷେତ୍ର ରେ ବଢିବାରେ ଲାଗିଛି ରାତ୍ରୀ ଲୁଟେରାଙ୍କ ଉତ୍ପାତ, ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ପୌରପାଳିକା ତଥା ଯୋଡା ଥାନା ଅନ୍ତର୍ଗତ ରେ,ଦେଢ଼ଲକ୍ଷ ଲୁଟ୍ ଅଭିଯୋଗ
ଯୋଡ଼ା ସହରରେ ଦିନକୁ ଦିନ ଲୁଟ୍, ଚୋରି ରାହାଜାନୀ ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।
ଗତ ରାତିରେ ଏହିଭଳି ଏକ ଲୁଟ୍ ଘଟଣା ଘଟିଥିବା ନଜରକୁ ଆସିଛି । ମହାବୀର ଛକରେ ଥିବା ଭବାନୀ ଓଟୋ ଏଜେନ୍ସୀ ର ସଟର ତାଡ଼ି ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୃବୃର୍ତ୍ତ । ଲୁଟ୍ ବେଳର ପୁରା ଦୃଶ୍ୟ ଦୋକାନ ଭିତରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି । ମଧ୍ୟ ରାତ୍ରୀରେ ୨ ଜଣ ଦୃବୃର୍ତ୍ତ ସଟର ତାଡ଼ି ଦୋକାନ ଭିତରକୁ ପ୍ରବେଶ କରିବା ପରେ ସେଠାରେ ଥିବା କ୍ୟାସ୍ କାଉଣ୍ଟର ତାଡ଼ି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ଅନାୟସରେ ଚାଲି ଯାଉଛନ୍ତି । ତେବେ ଦୃବୃର୍ତ୍ତ ସାଥିରେ ଆଣିଥିବା ଏକ ଧାରୁଆ ଅସ୍ତ୍ର ଦୋକାନ ଭିତରେ ଛାଡ଼ିଯାଇଛନ୍ତି । ସଂପୃକ୍ତ ଏଜେନ୍ସୀ ମାଲିକ ଆଜି ଦୋକାନ ଖୋଲିବାକୁ ଆସିଲାପରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ପୋଲିସକୁ ଜଣାଇବା ପରେ ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୋଲିସ୍ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


