କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନିମୃତ ଜଣେ ଗୁରୁତର।
କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ମୃତ ଜଣେ ଗୁରୁତର ଆହତ।ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ନିକଟସ୍ଥ ରଜିଆ ନିକଟସ୍ତରେ ୨୦ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ସୂଚନା। ଦୃତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହେବାରୁ ଗାଡିରେ ସଵାର ଥିବା ଚାରି ଜଣକ ମଧ୍ୟରୁ ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ।ଗତ ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମ ର ତ୍ରୀଲୋଚନ ଆପଟଙ୍କ ପେଟ ବ୍ୟଥା ହେବାରୁ ତାଙ୍କୁ ଏକ ଥାର୍ ଗାଡ଼ିରେ ତାଙ୍କ ପୁଅ ରଞ୍ଜିତ ଆପଟ ସ୍ତ୍ରୀ କଇଫୁଲ ଆପଟ ଓ କକା ଭାସ୍କର ଆପଟ ଚମ୍ପୁଆ ଡାକ୍ତର ଖାନା ଆଣୁଥିଲେ। ରଜିଆ ନିକଟରେ ଦୃତ ଗତିରେ ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଆମ୍ବ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ରେ ଘଟଣାସ୍ଥଳରେ କକା ଭାସ୍କର ମୃତ୍ୟୁ ବରଣ କରିଥିବା ବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିସମ ବିଭାଗ ସହାୟତାରେ ଅନ୍ୟ ତିନି ଜଣକୁ ଉଦ୍ଧାରକରି ଚମ୍ପୁଆ ଡାକ୍ତର ଖାନା ଆଣିଥିଲେ। ଏଠାରେ ଆହତ ତିନିଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରୀଲୋଚନ ଓ ମା କଇଫୁଲ ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା। ଗୁରୁତର ଅବସ୍ଥାରେ ରଞିତକୁ କେନ୍ଦୁଝର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



