(ଦେବୀନଦୀରେ ଭାସିଗଲେ ଚାରି ଛାତ୍ର | ଜଣେ ଉଦ୍ଧାର | ଜଣେ ମୁର୍ତ୍ୟୁ,ଦୁଇ ନିଖୋଜ )
ଜଗତସିଂହପୁର
ତା =26/3/23
-ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ସ୍ଥିତ ଦେବିନଦୀରେ ଘଟିଯାଇଛି ଅଘଟଣ । ଚାରି ଜଣ କଲେଜ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ ଚାରି ଜଣ ଛାତ୍ର l ଘଟଣା ସ୍ଥଳରୁ ସ୍ଥାନୀୟ ଜନ ସାଧାରଣ ଜଣ ଙ୍କୁ ଉଦ୍ଧାର କରିଥିଲେ | ଅବଶିଷ୍ଟ ୩ ଜଣ ଛାତ୍ର ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ | ଅଗ୍ନି ଶ୍ରମ ବାହିନୀ ତରଫରୁ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଜଣ ଙ୍କୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଛି | ଅନ୍ୟ ଦୁଇଜଣଙ୍କୁ ଖୋଜାଖୋଜି ଜାରି ରହିଛି l ଏହି ଚାରିଜଣ ଯୁବକ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳ ରେ ଏକ କଲେଜ ରେ ପାଠପଢ଼ୁଥିବା ସୂଚନା ରୁ ଜଣାପଡିଛି l ଚାରିଜଣ ଛାତ୍ର ଙ୍କ ମଧ୍ୟରୁ ଦୁଇଜଣ ଯୁବକ ନିକଟସ୍ଥ ଆମ୍ବଶାଳ ଗ୍ରାମର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳ ର ହୋଇଥିବା ନେଇ ସୂଚନା ମିଳିଛି l
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




