( ବାଲିକୁଦା ରେ ଚର୍ଚ୍ଚା | ସ୍ୱାର୍ଥ ପାଇଁ ପଥଭଷ୍ଟ ହେବେ କି ଶିଖା ଉମେଶ ସ୍ୱାଇଁ ଫାଉଣ୍ଡେସନ ର ଅଧକ୍ଷା )
ଜଗତସିଂହପୁର
ତା =12/4/23
ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଦିବଂଗତ ନେତା ସ୍ବର୍ଗତ ଉମେଶ ଚନ୍ଦ୍ର ସ୍ୱାଇଁ | ଜୀବନକାଳ ମଧ୍ୟରେ ଜନତା ର ସ୍ୱାର୍ଥ ପାଇଁ ଅନେକ ଦଳ ପରିବର୍ତନ କରିବାରୁ ଶେଷରେ ଲୋକପ୍ରିୟତା ହରାଇ ମୃତ୍ୟୁ ବରଣ କଲେ | ତାଙ୍କ ମୃତ୍ୟୁ ପରେ ପୁତ୍ରବଧୂ ଶିଖା ଦାସ ଶଶୁର ଙ୍କ କାର୍ଯ୍ୟ ଶୈଳୀ କୁ ଅନୁସରଣ କରି ଦରିଦ୍ର ନାରାୟଣ ଙ୍କ ସେବା କରିବା ନିମନ୍ତେ ଶଶୁର, ବୋହୁ ନାମ ଯୋଡି ଶିଖା ଉମେଶ ସ୍ୱାଇଁ ଫାଉଣ୍ଡେସନ ଗଠନ କଲେ | ଏହି ଫାଉଣ୍ଡେସନ ର ନୀତି ଆଦର୍ଶ ସମ୍ପୂର୍ଣ ନିଆରା | ଦୀର୍ଘ ଦିନର ବ୍ୟବଧାନ ପରେ ହଠାତ ଜନତା ର ସେବା ନାମରେ କ୍ଷମତା ଦଖଲ କରିବାର ମୋହ ଆଡକୁ କ୍ରମଶଃ ଅଗ୍ରସର ହୋଇ ପଥଭଷ୍ଟ ଫାଉଣ୍ଡେସନ ର ଅଧକ୍ଷା | କୌଣସି ରାଜନୀତିକ ଦଳ ର ପ୍ରାଥମିକ ସଦସ୍ୟ ନ ହୋଇ ସୁଦ୍ଧା ଆସନ୍ତା ବିଧାନସଭା ନିର୍ବାଚନ କୁ ଦୃଷ୍ଟିରେ ରଖି ଉମେଶ ସେନା ଙ୍କୁ ଅକ୍ତିଆର କରି ଲୋକପ୍ରିୟତା ହାସଲ କରିବା ପ୍ରୟାସ ଦୀର୍ଘ ଦିନ ର ବ୍ୟବଧାନ ପରେ ହଠାତ ଶିଖା ଉମେଶ ସ୍ୱାଇଁ ନିଜର ପତିଆରା ଜାହିର କରିବା ନିମନ୍ତେ ବାଲିକୁଦା ମରୀଚିପୁର ବନ୍ଦର ଝାଇଁ ବଣରେ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ନିର୍ଦିଷ୍ଟ କେତେକ ଗଣ ମାଧ୍ୟମ ଜରିଆରେ ନିଜ ସପକ୍ଷରେ ଯୁକ୍ତି ଦର୍ଶାଇ ସୁଯୋଗ ମିଳିଲେ ରାଜନୀତି ମୈଦାନରେ ଅଗ୍ରସର ହେବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ମତବ୍ୟକ୍ତି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)


