ବେଆଇନ ମାଙ୍କଡା ପଥର ଶହ ଟ୍ରକ ଓ ଟ୍ରାକ୍ଟର ଜବତ
ତା 10/10/23—-ଆଜି ବନ ବିଭାଗ ଓ ମୋବଇଲ ସ୍କ୍ୱାର୍ଡ ମିଳିତ ଭାବରେ ଏକ ମାଙ୍କଡା ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର କୁ ଜବତ କରିଛି ବନ ବିଭାଗ ସୂତ୍ରରୁ ପ୍ରକାଶ ମଠତେନ୍ତୁଳିଆ ଗ୍ରାମ ପଂଚାୟତ ଅଧୀନ କୁଙ୍ଗର ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର କଟାଯାଇ ଚୋରାରେ ଚାଲାଣ ହେଉଥିବାର ଜଣା ପଡିବା ଫଳରେ ଆଜି ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଗିରିଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ବନପାଳ ଉଦ୍ଧବ ବେହେରା ନଂଙ୍କ ସମେତ ଅନ୍ୟ କର୍ମଚାରୀ ସହିତ ଢେଙ୍କାନାଳ ମୋବାଇଲ ସ୍କ୍ୱାର୍ଡ ଅପରାହ୍ନ 5ଟା ସମୟରେ କୁଙ୍ଗର ଅଂଚଳରେ ଚଢ଼ାଉ ବେଳେ ବେଆଇନ ଭାବରେ ଏକ ଟ୍ରକ ଯାହାର ନଂ, OR 02AG –1731
ଓ ଏକ ଟ୍ରାକ୍ଟର ଯାହାର ନଂ OD 06K–3449ରେ ମାଙ୍କଡା ପଥର ଲଦାଯାଇ ଆସୁଥିବା ସମୟରେ ତାହାକୁ ବନ ବିଭାଗ ଜବତ କରି ଷଡ଼ଙ୍ଗୀ ରେଞ୍ଜ କାର୍ଯ୍ୟାଳୟରେ ରଖା ଯାଇଛି।





