ବିଜେଡି ର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ବିଷୟ _____ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।ଏହି ଅବସରରେ ବିଂଝାରପୁର ନିର୍ବାଚନ ମଣ୍ଡଳୀର ଜରି ପଞ୍ଚାୟତ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ପଞାୟତ ଅଫିସ ନିକଟରୁ ଏହି ଶୋଭାଯାତ୍ରା ବାହାରି ପଞାୟତ ବୁଲି ଶେଷରେ ପଞାୟତ ଅଫିସ ପାଖରେ ଶେଷ ହୋଇଥିଲା ।ଏହି ଜନସମ୍ପର୍କ ପଦଯାତ୍ରା ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ।ଏହି ଯାତ୍ରାରେ ଦଳ ପକ୍ଷରୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା।ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଖଗେଶ୍ବର ମହାନ୍ତି, ସୁନୀତା ନାୟକ, ନିର୍ବାଚନୀ ମଣ୍ଡଳୀ ସଭାପତି ମୁରଲି ବେହେରା, ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ଜରି ବିଜୁଜନତା ଦଳର ସଭାପତି ତଥା ସମାଜସେବୀ ଉମାକାନ୍ତ ଦାଶ, ପ୍ରଦ୍ୟୁମ୍ନ କୁମାର ପାତ୍ର,ମନୋଜ ସାମଲ,ପ୍ରମୋଦ ସାମଲ,ଅମର ମଲ୍ଲିକ, ସୁବ୍ରତ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି, ଦିଲ୍ଲୀପ ରାଉଳ, ପ୍ରମୁଖଙ୍କ ସମେତ ପଞାୟତର ବିଜୁଜନତା ଦଳର କର୍ମୀ ମାନେ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




