( ନିତି ନିୟମ କୁ ଆଖିଠାର = କିଶୋର ନ୍ୟାୟ ବୋର୍ଡ କାର୍ଯ୍ୟଳୟ ସମୁଖ ରେ ଶିଶୁ ଶ୍ରମିକ ଶ୍ରମକାର୍ଯ୍ୟ ରେ ନିୟୋଜିତ )
ଜଗତସିଂହପୁର
ତା =10/10/23
ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ଶିଶୁ ମାନଙ୍କୁ କୌଣସି ଶ୍ରମ କାର୍ଯ୍ୟରେ ନିୟୋଜିତ କରିବା ସମ୍ପୂର୍ଣ ଆଇନି ବିରୁଦ୍ଧ କାର୍ଯ୍ୟ | ଯଦି କୌଣସି କ୍ଷେତ୍ରରେ ଶିଶୁ ମାନଙ୍କ ପ୍ରତି ଅଭିଭାବକ କିମ୍ବା ବ୍ୟବସାୟୀ, କିମ୍ୱା ଅଧିକାରୀ ଶାରୀରିକ, ମାନସିକ,ଆର୍ଥିକ ଚାପ ପ୍ରୟୋଗ କରି ଶ୍ରମ କାର୍ଯ୍ୟରେ ନିୟୋଜିତ କରେ ତେବେ ସେହି ବ୍ୟକ୍ତି ବିରୋଧ ରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜ଼ିଲ୍ଲା ଶ୍ରମ ଅଧିକାରୀ ହସ୍ତକ୍ଷେପ କରି ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବିଧାନିକ ନିତି ନିୟମ ଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ କ୍ଷେତ୍ରରେ ତାହା ବିପରୀତ ମୁଖୀ କାର୍ଯ୍ୟ ହେଉଛି | ଦିବା ଲୋକରେ ଜନ ସାଧାରଣ, ଅଧିକାରୀ ଜଳ ଜଳ ହୋଇ ସମସ୍ତ ଘଟଣା ଦେଖୁଥିଲେ ମଧ୍ୟ୍ୟ ନିରବ ଦ୍ରଷ୍ଟା ସାଜିବା ଧର୍ମକୁ ଆଖିଠାର ସଦୃଶ୍ୟ ମନେ ହେଉଛି | ଖବରେ ନେବାରେ ଜଣା ଯାଇଛି ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୂପାନ୍ତରିତ ହେଉଛି | ଏହି କାର୍ଯ୍ୟ ରେ ଜଣେ ଠିକାଦାର ଶିଶୁ ଶ୍ରମିକ ନିୟୋଜିତ କରିଛି | ଅସହ୍ୟ ଖରା ରେ ଟଙ୍କା ଉପାର୍ଜନ ପାଇଁ ଶିଶୁ ଶ୍ରମିକ ଜଣଙ୍କ ଅକ୍ଲାନ୍ତ ପରିଶ୍ରମ କରି କିଶୋର ନ୍ୟାୟ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ରେ ବାଲି ବୋହୁଛି |ଏହି ଘଟଣା କୁ ଅଧିକାରୀ, କର୍ମଚାରୀ, ଆଇନୀଜୀବି, ଏବଂ ବିଚାରବିଭାଗୀୟ କର୍ମଚାରୀ ସମସ୍ତେ ଦେଖୁଛନ୍ତି ହେଲେ ନିରବ କାହିଁକି | ଯଦି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଶିଶୁ ଶ୍ରମିକ କୁ ନିର୍ଯାତନା ଦିଆଯାଉଛି ତେବେ କୋମଳ ମତି ଶିଶୁ ନ୍ୟାୟ ପାଇବେ କେଉଁଠୁ |ଏହା କେବଳ ଧର୍ମକୁ ଆଖିଠାର ନୁହେଁ ତ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




