ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଇ ଦିବସ ପାଳିତ

ଅନୁଗୋଳ: ସ୍ଥାନୀୟ ହୋଟେଲ ପ୍ରଶାନ୍ତିରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଇ ଦିବସ ପାଳିତ ହୋଇ ଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସଂଜୀବ ସାହୁ ଏହି ସମାରୋହକୁ ଉଦ୍ଘାଟନ କରି ଶ୍ରମିକ ଦିବସର ମହତ୍ତ୍ବ ବର୍ଣ୍ଣନା କରିଥିଲେ। ଶ୍ରମିକଙ୍କ ମଜୁରୀ ବୃଦ୍ଧି ତଥା ସାମାଜିକ ସୁରକ୍ଷା ନେଇ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ ଏହାର ସୁଫଳ ସେମାନେ ପାଇବେ ବୋଲି ଶ୍ରୀ ସାହୁ କହିଥିଲେ।ମୁଖ୍ୟ ବକ୍ତା ରୂପେ ସମାଜସେବୀ କଲ୍ୟାଣ କିଶୋର ମହାନ୍ତି କାରଲମାର୍କସଙ୍କ ଓରୀ ଏବଂ ଏକ ଶୋଷଣ ମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନଙ୍କ ସମସ୍ୟା ଓ ସମାଧାନ ନେଇ ସରକାର ଦୃଷ୍ଟି ଦେବାକୁ ଶ୍ରୀ ମହାନ୍ତି ଆବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧୂ ପ୍ରଭାତ ପ୍ରଧାନ,ଭାଜପା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ସ୍ବାଧୀନ କୁମାର ସାମଲ ସମ୍ମାନିତ ଅତିଥୁ ରୂପେ ମଞ୍ଚାସିନ ହୋଇଥିଲେ। ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉଜାଗର କରିବା ସହ ମଞ୍ଚରେ ପୌରହିତ୍ୟ କରିଥିଲେ । ଶେଷରେ ସୁଶାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜୟନ୍ତ କୁମାର କର କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।ଅନୁଗୋଳ ରୁ ସୁଧାକର ସାହୁ



