ବରୁଣେଇ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ
ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ମଲିଆ ଯଜ୍ଞ ପଡିଆ ନିକଟସ୍ଥ ମଣ୍ଡପରେ ବରୁଣେଇ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଓ ମେଧାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ଶିକ୍ଷାବିତ ସୁଧିର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼ କୃତିବାସ ନାୟକ, ମୁଖ୍ୟ ବକ୍ତା ଭାବେ ଡ଼ ଦେବ ପ୍ରସାଦ ସାମଲ, ସମ୍ମାନିତ ଅତିଥି ଭାବେ ବସନ୍ତ କୁମାର ମାଝୀ, ହରେକୃଷ୍ଣ ପଣ୍ଡା, ସରୋଜ କୁମାର ମଲ୍ଲୀକ , ରବିନାରାୟଣ ସାମଲ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ଏ_୧ ପାଇଥିବା ମେଧା ଛାତ୍ର ଛାତ୍ରୀଙ୍କୁ ମାଧବାନନ୍ଦ ଗୁରୁ ସମ୍ମାନରେ ସମ୍ମାନିତ କରାଯିବା ସହ ଶିକ୍ଷାବିତ ସଚ୍ଚିଦାନନ୍ଦ ଗୁରୁଙ୍କ ରଚିତ ପୁସ୍ତକ ଜୀବନ ପରିଧିର ଲୋକାର୍ପଣ ହୋଇଥିଲା। ଶେଷରେ ଶିକ୍ଷାବିତ ରମାକାନ୍ତ ନାୟକ ଧନ୍ୟବାଦ୍ ଅପଣ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



