ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚାଲିଛି ଚର୍ଚ୍ଚ ଓ ସେଠାରେ ଧର୍ମାନ୍ତରୀକରଣ ପାଇଁ ଯୋଜନା ଅଭିଯୋଗ
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଧର୍ମାନ୍ତରିକରଣକୁ ନେଇ ବଢୁଛି ଉତ୍ତେଜନା। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଲୋକ ମାନଙ୍କୁ ବୁଝସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ମିଳିଥିବା ଖବର ଅନୁସାରେ ବଳଭଦ୍ରପୁର ଗ୍ରାମରେ ଏକ ସରକାରୀ ଜମିରେ ପ୍ରଧାନମନ୍ତ୍ରୀ ଆବାସ ଘରେ ନିର୍ମିତ ଚର୍ଚ୍ଚରେ ରବିବାର ପ୍ରାର୍ଥନା ଅନୁଷ୍ଠିତ ହେବା ସହ ବେଆଇନ୍ ଧର୍ମାନ୍ତରୀକରଣ ନେଇ ଯୋଜନା ହେଉଥିଲା । ଏଥି ପାଇଁ କିଛି ଖ୍ରୀଷ୍ଟ ଧର୍ମ ପ୍ରଚାରକ ବଳଭଦ୍ରପୁର ଗ୍ରାମକୁ ମଧ୍ୟ ଆସିଥିଲେ । ତେବେ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଥିଲେ । ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ହେବା ସହ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଚମ୍ପୁଆ ପୁଲିସ୍ ଗ୍ରାମରେ ପହଞ୍ଚି ଦୁଇ ପକ୍ଷଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଚମ୍ପୁଆ ବ୍ଲକର ନିରୀହ ଆଦିବାସୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାରକ ମାନେ ପ୍ରଲୋଭିତ କରି ବେଆଇନ୍ ଧର୍ମାନ୍ତରୀକରଣ କରୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକରେ ସାମାଜିକ ସଦଭାବ ନଷ୍ଟ ହେଉଥିବା ପରିଲକ୍ଷିତ ହୁଏ। ପ୍ରଶାସନ ବେଆଇନ ଧର୍ମାନ୍ତରୀକରଣକୁ ଗୁରୁତର ସହ ନେଉ ନ ଥିବାରୁ ଚମ୍ପୁଆ ଅଞ୍ଚଳରେ ବେଆଇନ ଧର୍ମ ପରିବର୍ତ୍ତନ କାରୀଙ୍କ ଗତିବିଧି ଓ ପ୍ରାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ତେଣୁ ବେଆଇନ୍ ଧର୍ମାନ୍ତରୀକରଣ ପ୍ରତି ଲଗାମ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

