ଭୂବନେଶ୍ୱର, ୧୧/୦୭ : ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରକାଶ ପାଇବ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ଆଜି ଶେଷ ହୋଇଛି। ଆସନ୍ତା ୧୪ ତାରିଖରୁ ଖାତା ଦେଖା ହେବ । ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରି ଦୁଇ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରୋସେସିଂ ହେବ।
ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)
