ଅବସର ଗ୍ରହଣ ଶିକ୍ଷୟିତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
ତାଳଚେର, ୨୪/୦୭ ଆଜି ସନ୍ଥପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ତରଫରୁ ଅବସର ଗ୍ରହଣ କରିଥିବା ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରଣୀ ପଣ୍ଡାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା କ୍ଷ ଏଥିରେ ମୁଖ୍ୟ ଅତିଥି ଭାବରେ ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖଗେଶ୍ୱର ବେହେରା, ଗୋଷ୍ଠୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି ମୁଖ୍ୟବକ୍ତା ଏବଂ କନିଷ୍ଠ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ନିରୋଦ କୁମାର ଦାସମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ କ୍ଷ ଶ୍ରୀମତୀ ପଣ୍ଡା ତାଳଚେର ନିୟମିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ହେଲେ ମଧ୍ୟ ସବୁବେଳେ ତାଳଚେରରେ ଥିବା ସମସ୍ତ ଶିକ୍ଷକ ସଙ୍ଘକୁ ଏକଜୁଟ କରି ରଖିବାକୁ ପ୍ରୟାସ ଜାରି ରଖିଥିଲେ କ୍ଷ ତାଙ୍କ ଭଳି ଜଣେ ଦକ୍ଷ ନେତୃତ୍ୟକୁ ସବୁଦିନ ପାଇଁ ତାଳଚେର ଶିକ୍ଷକ ସଙ୍ଘ ମନେ ରଖିବ ଏବଂ ତାଙ୍କର ଦିଗଦର୍ଶନ ଲୋଡ଼ିବ ବୋଲି ଶ୍ରୀଯୁକ୍ତ ଦାସମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କ୍ଷ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସୁସମ୍ପର୍କ ରକ୍ଷାକରି ସେ ଶିକ୍ଷକ ମାନଙ୍କର ସମସ୍ୟା ଆଲୋଚନା କରି ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖୁଥିଲେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ କ୍ଷ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ କିଛି ସମୟ ଶୋକାକୁଳ ପରିବେଶ ଭିତରେ ଶ୍ରୀମତୀ ପଣ୍ଡାଙ୍କୁ ସମ୍ମାନିତ କରିଥିଲେ କ୍ଷ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟ୍ଟନାୟକ ସଭା ପରିଚାଳନା କରି ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l



