ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ

ଅନୁଗୋଳ,ତା. ୨୪.୦୭:- ଆଜି ପୂର୍ବାହ୍ନରେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାରେ କିପରି ଆଇନ୍ ଶୃଙ୍ଗଳା ବ୍ୟବସ୍ଥାକୁ ଅଧୂକ ସୁଦୃଢ କରିବା, ମହିଳାମାନଙ୍କ ସୁରକ୍ଷା, ଲିଙ୍ଗ ନିରୁପଣକୁ ସମ୍ପୂର୍ଣ୍ଣ ନିଷେଧ କରିବା, ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରିବା, ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା, ସଡକ ଦୁର୍ଘଟଣାରେ ସାହାଯ୍ୟ କରୁଥିବା ଗୁଡ୍ ସମାରିଟାନମାନଙ୍କୁ ପ୍ରୋତ୍ସାହିତ କରିବା, ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା, ଜନସାଧାରଣଙ୍କ ଅଭିଯୋଗ । ଗୁଡିକୁ ତୁରନ୍ତ ଫଇସଲା କରିବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥୁଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଆଇଏ ଏସ୍ ପ୍ରୋବେସନର କସ୍ତୁରୀ ସା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ରନାଥ ରାୟଗୁରୁ, ଅତିରିକ୍ତ ଆରକ୍ଷୀ ଅଧୂକ୍ଷକ ଶ୍ରୀ ରାଜିବ ଲୋଚନ ପଣ୍ଡା, ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମାର କୁମାର ଜେନା, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ଆଠମଲ୍ଲିକ ଊପଜିଲ୍ଲାପାଳ ଶ୍ରୀ ଊପେନ୍ଦ୍ର ଲୋହା, ପାଳଲହଡା ଊପଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପଟେଲ, ଅବକାରୀ ଅଧୂକ୍ଷକ ମଧୁସ୍ମିତା ନାୟକ, ସରକାରୀ ଓକିଲ ଶ୍ରୀ ପରମାନନ୍ଦ ମିଶ୍ର, ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ, ଆରକ୍ଷୀ ବାହିନୀ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୋକାରୀ ପ୍ରମୁଖ ଊପସ୍ଥିତ ଥିଲେ ।




