ଜାଗ୍ରତ ଭାରତ ନ୍ୟୁଜ୍ ର ୭ମ ବାର୍ଷିକ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି

ଅନୁଗୋଳ,୧୫/୦୮- ଆଜି ଜାଗ୍ରତ ଭାରତ ନ୍ୟୁଜ୍ ର ୭ମ ବାର୍ଷିକ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ୍ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ଅନୁଗୋଳ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇ କହିଥିଲେ ଯେ ସାମ୍ବାଦିକ କେବଳ ନିଜର ପରିବାର ପୋଷଣ ପାଇଁ ସାମ୍ବାଦିକତା କରିନଥାଏ।

ବରଂ ସେ ସମାଜର ମଙ୍ଗଳ କରିଥାଏ। ଜାଗ୍ରତ ଭାରତ ନ୍ୟୁଜ୍ ସପ୍ତମ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସଂଘର୍ଷର କାହାଣୀ ରହିଛି। ଯେଉଁଥିରେ ସେ ନିଜେ ଏହି ଖବରକାଗଜକୁ ପଞ୍ଜୀକରଣ କରିବା ଦିଗରେ ଉତ୍ସାହିତ କରି ଆସିଛନ୍ତି।

ଏଥିରେ ତାଙ୍କର ଅବଦାନ ସଂପର୍କରେ ଅବଗତ କରାଇଥିଲେ। କିପରି ଜଣେ ଖବରକାଗଜର ସଂପାଦକ ଓ ମାଲିକ ଖବକାଗଜମାନଙ୍କରେ ଗୋଟିଏ ବିଜ୍ଞାପନ ପାଇବା ପାଇଁ ବିଭିନ୍ନ କାରଖାନା ଅଧିକାରୀ ଙ୍କ ନିକଟକୁ ଦୌଡ଼ି ଦୌଡ଼ି ଚପଲ ଛିଡାଇ ଥାଆନ୍ତି ତାହା ସମସ୍ତଙ୍କୁ ଜଣା।

ମାତ୍ର ୫ଥର ଦୌଡ଼ିଲେ ମିଳିଲେ ମିଳିଛି, ନ ହେଲେ ନାହିଁ। ଏତେ ଖବକାଗଜ ଥିଲେ ମଧ୍ୟ ଜାଗ୍ରତ ଭାରତ ନ୍ୟୁଜ୍ ଏ ଅଞ୍ଚଳରେ ଖୁବ୍ ନାମ କରିଛି।


ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ସମ୍ମାନିତ ଅତିଥି ଭାବେ ପାଞ୍ଚଗଡ ବିଜୟ କୁମାର ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ, ବଅଁରପାଳ ସାମ୍ବାଦିକ ସଂଘର ଆଇନ୍ ପରାମର୍ଶଦାତା ବରିଷ୍ଠ ଓକିଲ ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ, ସମାଜସେବୀ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

ପ୍ରଥମେ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଜାଗ୍ରତ ଭାରତ ନ୍ୟୁଜ୍ ର ଫାଉଣ୍ଡର ଓ ସମ୍ପାଦକ ସୁଶୀଲ କୁମାର ଆଇଚ। ପ୍ରଥମେ ମୂଖ୍ୟ ଅତିଥି ଓ ପରେ ପରେ ସମ୍ମାନିତ ଅତିଥି ମାନଙ୍କୁ ଶ୍ରୀ ଆଇଚ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ।

ପରେ ପରେ ମଞ୍ଚାସିନ ଅତିଥି ମାନେ ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ ଅଗରବତୀ ଜଳାଇବା ସହ ବନ୍ଦନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସମ୍ମାନିତ ଅତିଥି ଆଡଭୋକେଟ ଶ୍ରୀଯୁକ୍ତ ହେମନ୍ତ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କିପରି ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ନିର୍ଭୀକ ଭାବରେ ସାମ୍ବାଦିକତା କରିଥାନ୍ତି।

ଜାଗ୍ରତ ଭାରତ ନ୍ୟୁଜ୍ କିପରି ସଚ୍ଚୋଟ ପଣିଆର ସହ ସାମ୍ବାଦିକତା ଜାରି ରଖିଛି। ସେ ଜାଗ୍ରତ ଭାରତ ନ୍ୟୁଜ୍ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ପ୍ରଧାନ ନିଜ ବକ୍ତବ୍ୟରେ ମାଡ଼ ଗାଳି ସହି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରଣକାରୀଙ୍କୁ ପ୍ରଶଂସା କରିଥିଲେ ଓ ଉତ୍ତରୋତ୍ତର ବିକାଶ କାମନା କରିଥିଲେ। ସମାଜସେବୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଏହି ଅଞ୍ଚଳରେ ଜାଗ୍ରତ ଭାରତ ନ୍ୟୁଜ୍ ସକ୍ରିୟ ଭୂମିକା ଗ୍ରହଣ କରିଛି ଓ ନିର୍ଭୀକ ସାମ୍ବାଦିକତା ବୃତ୍ତି ଗ୍ରହଣ କରିଥିବା ସାମ୍ବାଦିକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ବ୍ରିଟିଶ୍ ଶାସନ କାଳରେ ଓ ସ୍ଵାଧୀନତା ପୂର୍ବରୁ ବ୍ରିଟିଶ୍ ମାନେ ତାଙ୍କର ସାମ୍ବାଦିକ ମାନଙ୍କ ଦ୍ଵାରା ଓ ତାଙ୍କର ଖବରକାଗଜ ମାଧ୍ୟମରେ ଦେଶକୁ ବିଭାଜନ କରାଇ ପାରିଥିଲେ ଓ ହିନ୍ଦୁ ମୁସଲିମ ଭେଦଭାଦ ଦ୍ଵାରା ବିଭାଜନ କରାଇ ପାରିଥିଲେ। ଗାନ୍ଧୀଜି ଓ ଅନ୍ୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିରୁଦ୍ଧରେ ଖବକାଗଜମାନଙ୍କରେ ପ୍ରଚାର ପ୍ରସାର କରାଇ ପାରିଥିଲେ। ତେଣୁ ଦେଶକୁ ଗଢିବାରେ ଓ ଭାଙ୍ଗିବାରେ ଖବରକାଗଜର ପ୍ରମୁଖ ଗ୍ରହଣ କରିଥାଏ। ଜାଗ୍ରତ ଭାରତ ନ୍ୟୁଜ୍ ର ସମ୍ପାଦକ ସୁଶୀଲ କୁମାର ଆଇଚ ଏହି ଖବରକାଗଜକୁ ସବୁକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ଅଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ବେଳକୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ପତ୍ର ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ସମ୍ପାଦକଙ୍କ ଦ୍ଵାରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ପରିଶେଷରେ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ଜାଗ୍ରତ ଭାରତ ନ୍ୟୁଜ୍ ର ଜିଲ୍ଲା ପ୍ରତିନିଧି , ବ୍ଲକ୍ ପ୍ରତିନିଧି, ରିପୋର୍ଟର, ଜିଲ୍ଲା ଇଞ୍ଚାର୍ଜ ଓ ଏହି ଜିଲ୍ଳାର ପ୍ରମୁଖ ସାମ୍ବାଦିକ ଜନ ସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିଶେଷ ଭାବେ ଆଜି ପବିତ୍ର ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଥିବାରୁ ବିର ସହିଦ୍, ଅତିଥି ମାନେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହ ସେମାନଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ଭାରତ ମତାକି ଜୟ ଧ୍ୱନିରେ ହାଇସ୍କୁଲ୍ କମ୍ପମାନ ହୋଇଥିଲା। ପ୍ରଭୂ ଶ୍ରୀକୃଷ୍ଣ ସମୟ ଅଭାବ ସତ୍ତ୍ବେ କିପରି ସବୁ ସ୍ଥାନ ଓ ସବୁ ଲୋକଙ୍କ ଦୁଃଖ ଦୂର କରିଥିଲେ ସାମ୍ବାଦିକ ମାନେ ସେହିପରି କର୍ମ କରିବେ ବୋଲି ଅତିଥି ମାନେ ମତ ଦେଇଥିଲେ।



