ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳନ
ମେରାମଣ୍ଡଳୀ, ୧୫/୦୮/୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ମେରାମଣ୍ଡଳୀ ସ୍ଥିତ କାରଖାନାର ପ୍ରଶାସନିକ କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଟିଏସଏମର ଉପସଭାପତି (ଅପରେସନ୍ସ) ଉତ୍ତମ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ଯାହା ଏକତା ଓ ଦେଶପ୍ରେମର ଏକ ପରିବେଶ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ କାରଖାନାର ବିଭିନ୍ନ ବିଭାଗର କର୍ମଚାରୀ, ସୁରକ୍ଷା ଅଧିକାରୀ, ସୁରକ୍ଷା ପ୍ରଫେସନାଲ ଓ ଅଗ୍ନିଶମ ସେବା ଷ୍ଟାଫମାନେ ଅଂଶଗ୍ରହଣ କରିଥିଲେ। ଷ୍ଟାଫ ସଦସ୍ୟଙ୍କ ତରଫରୁ ପ୍ୟାରେଡ କରାଯାଇଥିଲା।ଏହି ଅବସରରେ କାରଖାନାରେ ସୁରକ୍ଷା ଓ ନିରାପତ୍ତା ପ୍ରତି ପ୍ରତିବଦ୍ଧତା, ସମର୍ପଣ ଓ ଉଲ୍ଲେଖନୀୟ ସେବା ପାଇଁ ସୁରକ୍ଷା ଓ ଅଗ୍ନିଶମ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।



