*ଆବର୍ଜନାମୟ ପାହାଡ଼ଶ୍ରୀଗୀଡ଼ା ସେବା ସମବାୟ ସମିତି ? ସ୍ୱଚ୍ଛତା ଛୁଇଁବ କେବେ ..? ଏ ସମାଜ ସୁଧୁରିବ କେବେ ?*

ବରଗଡ:୧୫/୮(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ତହସିଲ ଅନ୍ତର୍ଗତ ପାହାଡ଼ଶ୍ରୀଗୀଡ଼ା ସେବା ସମବାୟ ସମିତି ଯାହା କି ଅନାବନା ଘାସବୁଦାରେ ପରିପୂର୍ଣ୍ଣ। ଏଠି ସ୍ୱଚ୍ଛତା କେବେ ଛୁଇଁବ ?ସରକାର ସ୍ୱଚ୍ଛତା ପାଇଁ ସାରା ଦେଶରେ ବଡ଼ ବଡ଼ ବାର୍ତ୍ତା ସହ ଡିମଡ଼ିମା ପିଟୁଥିଲେ ହେଁ ଏ କର୍ମଚାରୀ ଙ୍କ କାନରେ କେବେ ସ୍ୱଚ୍ଛତା ବାର୍ତ୍ତା ପହଞ୍ଚିବ ତାହା ଯେ ପ୍ରଶ୍ନବାଚୀ ହୋଇ ରହିଛି। ଏ ସମ୍ପର୍କରେ ଆମେ ସମିତି ସମ୍ପାଦକ ଶମ୍ଭୁ କ୍ଷେତିଙ୍କୁ ପଚାରିବାରୁ ଗଣମାଧ୍ୟମର ବୁମକୁ ଠେଲି ଦେଇ ପ୍ରତିକ୍ରିୟା ଦେବା ପାଇଁ ରୋକ ଠୋକ ମନା କରିଦେଲେ l ତେବେ କାହା ବଳରେ ବଳୀୟାନ ପାହାଡ଼ଶ୍ରୀଗୀଡ଼ା ସେବା ସମବାୟ ସମିତିର ସମ୍ପାଦକ ବୋଲି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ।ଗଣତନ୍ତ୍ର ନାଁରେ ଏଠି ଗଣତନ୍ତ୍ରର ହତ୍ୟା ଚାଲିଛି। ନିଜକୁ ସର୍ବ ଶକ୍ତିମାନ ମନେ କରୁଛନ୍ତି ସମିତିର ସମ୍ପାଦକ।




