ଓଡ଼ିଶା ଟିମ୍ ହ୍ୟୁମାନିଟି ପରିବାର ପକ୍ଷରୁ ପଞ୍ଚମ ବାର୍ଷିକ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାଜକନିକା – ରାଜକନିକା ବ୍ଲକ ଅନ୍ତର୍ଗତ ନୟନା ମଣ୍ଡପରେ ଆଜି ଓଡିଶା ଟିମ୍ ହ୍ୟୁମାନିଟି ପରିବାର ପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ଓ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅଜିତ୍ କୁମାର ବେଉରିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜକନିକା ତହସିଲଦାର ଭାନୁମତୀ ମାଝୀ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରାଜକନିକା ଥାନାର ଆଇଆଇସି ସଞ୍ଜୟ କୁମାର ମଲ୍ଲୀକ।।ଅତିଥି ମାନେ ସେମାନଙ୍କ ର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଲୋକମାନେ କିଭଳି ସହଯୋଗ ଓ ସାହାଯ୍ୟ ପାଇପାରିବେ ।

ସେଥିପାଇଁ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୈଭାଗ୍ୟ ରଞ୍ଜନ ନାୟକ। କୋଷାଧ୍ୟକ୍ଷ ଅନୀଲ କୁମାର ବେହେରା। ଧନ୍ୟବାଦ ଅର୍ପଣ କରିଥିଲେ ଗଗନ କୁମାର ରାଉତ। ସଞ୍ଜୟ କୁମାର ନାୟକ, ସୁଶାନ୍ତ କୁମାର ରାଉତ। ସମେତ ଅନ୍ୟାନ୍ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଓଡ଼ିଶାର ବହୁ ସ୍ଥାନରୁ ସ୍ବାଛାସେବି ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା।




