ମନରେଗା ନାମ ପରିବର୍ତନ ବିରୋଧରେ ବାମପନ୍ଥୀର ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ, ୨୩।୧୨: କେନ୍ଦ୍ର ସରକାର ‘ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା’କୁ ବଦଳାଇ ‘ଭି.ବି.ଜି. ରାମ୍ ଜୀ’ ଯୋଜନା ପ୍ରଣୟନ କରିଛନ୍ତି । ଏହା ଆର୍.ଏସ୍.ଏସ୍.ର ହିନ୍ଦୁରାଷ୍ଟ୍ର ପରିକଳ୍ପନାର ଅନ୍ୟ ଏକ ଅଂଶ । ଏହି ଆଇନ୍ ବାତିଲ କରିବା ସହ ମନରେଗା ଯୋଜନା ଚାଲୁ କରିବା ଦାବିରେ ଗତକାଲି ସୋମବାର ସାରା ଭାରତବର୍ଷରେ ବାମପନ୍ଥୀମାନେ ବିକ୍ଷୋଭ କରି ବିରୋଧ କରିଥିବାବେଳେ ଆଜି ଢେଙ୍କାନାଳ ଶାଖା ବାମପନ୍ତି ଦ୍ବାରା ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେବା ସହ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହି ବିକ୍ଷୋଭ ସମୟରେ ସଂଘର ସର୍ବଜ୍ଞ ସାହୁ, ରବି ରଥ, ସରୋଜ ଶତପଥୀ, ଶ୍ରୀନିବାସ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


