ବିଏମ୍ସି ଆଦାୟ କରିବ ୟୁଜର ଫି
ଭୁବନେଶ୍ବର: ଘର, ହୋଟେଲ, ସପିଂ ମଲ୍, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର ଫି। ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ ଭୁବନେଶ୍ବର ମହାନଗର ନିଗମ (ବି ଏମ୍ ସି)। ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବ ଭୁବନେଶ୍ବର ମହାନଗର ନିଗମ। ସଫା ଆପ୍ ମାଧ୍ୟମରେ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀବାସୀ। ଆବାସିକ ଘର, ଦୋକାନ, ହୋଟେଲ, ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ୟୁଜର ଫି’ ଲାଗୁ ହେବ। ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ଵାଟ୍ସଆପ ନଂ 7653011832ରେ ତଥ୍ୟ ମିଳିବ।



