ପ୍ରିୟଦଶିର୍ନୀ ଇନ୍ଦିରା ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

କଳାହାଣ୍ଡି –
ଜୁନାଗଡ ସହର୍ ସ୍ଥିତ ପ୍ରିୟଦଶିର୍ନୀ ଇନ୍ଦିରା ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ ଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମଶିବିର ଉଦଘାଟିତ l ଏହି ଶିବିର ୯ ଦିନ ଧରି ଚାଲିବା ସହ ଗୁରୁବାର ଏହି ଶିବିର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି l
ଏହି ତାଲିମ ଶିବିର ରେ ମୁଖ୍ୟଅତିଥି ଭାବେ ଜୁନାଗଡ ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ବରାଡ଼ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପୋଲିସ ଏ ଏସ୍ ଆଇ ସ୍ମିତା ରାଣୀ ମାଝୀ ଏବ୍ଂ ଅନ୍ୟତମ ଅତିଥି ଭାବେ ଜୁନାଗଡ ମିଡିଆ କ୍ଲବ୍ ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି, କଲେଜ ର ଭାରପ୍ରାପ୍ତ ଅଧକ୍ଷl ସାଗରିକା ଦାସ, ଓଡ଼ିଆ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା, ପି ଇ ଟି ସମୀର ରଞ୍ଜନ ସାହୁ, ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ ର ସଂଯୋଜିକା ଅମିତା ମେହେର ପ୍ରମୂଖ ଯୋଗଦାନ କରି ଥିଲେ l ଏବ୍ଂ ଛାତ୍ରୀ ମାନେ କିପରି ଏହି ତାଲିମ ଶିବିର ରେ ପ୍ରଶିକ୍ଷଣ ନେଇ ନିଜ ସୁରକ୍ଷା ନିଜେ କରିପାରିବେ ସେ ନେଇ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ପରି ପ୍ରକାଶ କରିଥିଲେ l ଏହି ଆତ୍ମ ସୁରକ୍ଷା ତାଲିମ ଶିବିର ରେ ପ୍ରଶିକ୍ଷକl ଭାବେ ଜଲି ପରାଭୋଇ ଏବ୍ଂ ଶିବାନୀ ଭାଟି ଛlତ୍ରି ଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ କଲେଜ ର ଓଡ଼ିଆ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ପି ଇ ଟି ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ କଲେଜ ର ବିକାଶ ବେହେରା,ଜିତେନ୍ଦ୍ର ନାଏକ, ଆଲୋକ ସାହୁ, ତ୍ରିଭୁବନ ବେମାଲ, ରାଜ କୁମାରୀ ବେମାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସକ୍ରିୟ ସହଯୋଗ କରିଥିଲେ l କଲାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



