
ମନରେଗାଯୋଜନାରେ ଦୁର୍ନୀତି ଜିଲ୍ଲାପାଳ ଜନଶୁଣାଣିରେ ଅଭିଯୋଗ କଲେ ଗ୍ରାମ ବାସୀ……
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଂଚାୟତ ମନରେଗା ଦୁର୍ନୀତି ଦିନକୁ ଦିନ ବଢୁଛି କଉଠି ରାତିରେ ମେସିନ ଲଗେଇ କାମ କରୁଛନ୍ତି ତ କଉଠି କାମ ନ କରି ବିଲ କରାଯାଉଛି!ଏଡିଓ ଠାରୁ ପଂଚାୟତ ଅଧିକାରୀ ଯନ୍ତ୍ରୀ ସମସ୍ତେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଛି!ପ୍ରତିଦିନ ମେଜେରମେଣ୍ଟ ହେବା କଥା କିନ୍ତୁ ଫୋଟୋ ରେ ଫୋଟୋ NMMS ଚତୁର ଶହ ଫୋଟୋ ଉଠେଇ ଉପଲୋଡ କରାଯାଉଛି!କିନ୍ତୁ 09/02/26 ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ କାନ୍ତୋଲ ଗ୍ରାମର ପ୍ରଶାନ୍ତ ଦେହୁରୀ ଅଭିଯୋଗ କରିଛନ୍ତି କାନ୍ତୋଲ ମାଟି କେନାଲ ମାରୁରିଆ ସାହିର କୌଣସି କାର୍ଯ୍ୟ କରାଯାଇନାହିଁ!ଯାହା ବିଲ କରାଯାଇଛି 4,40,229 ଚାରିଲକ୍ଷ ଚାଳିଶ ହଜାର ଦୁଇ ଶହ ଅଣତିରିଶ ଟଙ୍କା ବିଲ ହୋଇଛି ଏ ବିଷୟରେ ଯନ୍ତ୍ରୀ ରବିନାରାୟଣ ନନ୍ଦୀ କୁ ଯୋଗାଯୋଗ କରିଥିଲେ ସମ୍ଭବ ହୋଇନଥିଲା!ପ୍ରଶାସନ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା



