ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦ୍ଯାପିତ

ଭଟଲି (ଅଭିମନ୍ୟୁ ପଧାନ ):- ଭଟଲି ବ୍ଲକ୍ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସୋମବାର ଉଦ୍ଯାପିତ ହୋଇଯାଇଛି। ଭଟଲି ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷାକେନ୍ଦ୍ରଠାରେ ଶନିବାରରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ କର୍ମଶାଳାରେ ଭଟଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନସ୍ଥ ୧୧ଟି କ୍ଲଷ୍ଟରରୁ ମୋଟ୍ ୩୩ ଜଣ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ | କମ୍ ଖର୍ଚ୍ଚରେ କିଭଳି ବିଭିନ୍ନ ବିଷୟ ଯେପରିକି ଭାଷା ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀରେ ଆବଶ୍ୟକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ଏହା ମାଧ୍ୟମରେ ମନୋରଞ୍ଜକ ପରିବେଶ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ମୂଳଦୁଆକୁ ସୁଦୃଢ଼ କରି ଶିକ୍ଷାଦାନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମଟି ଭଟଲି ବିଇଓ ଡ. ସୁରେନ୍ଦ୍ରନାଥ ସାହୁ, ଏବିଇଓ ରୀତାରାଣୀ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ହୋଇଥିଲା । ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହି କର୍ମଶାଳାରେ ସିଆର୍ସିସି ସୁଶାନ୍ତ ସୁନା, ଗୁପ୍ତଚନ୍ଦ୍ର ରଏ, ଶୁକ୍ରୁ ଗର୍ଡିଆ, ସୁଦାମ ସାହୁ, ସୁଜିତ ନନ୍ଦ, ବୀରେନ୍ଦ୍ର ପାଣ୍ଡେ, ଆଦିତ୍ୟ ସାହୁ, ସଞ୍ଜୟ ସାହୁ, ଜୟରାଜ ନାଏକ ପ୍ରମୁଖ ସହଯୋଗ କରିଥିଲେ |




