ଖଣିବିଭାଗ ଓ ବନବିଭାଗର ମିଳିତ ଚଢ଼ାଉରେ ଦୁଇଟି ଆଇରନ ବୋଝେଇ ଟ୍ରକ୍ ଜବତ।

କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଖଣିଜ ପଦାର୍ଥ ଚୋରାଚାଲାଣ କାରିଙ୍କ ପାଦୃଭାବ ବୃଦ୍ଧି ପାଉଛି, ଯାହା ଫଳରେ ରାଜ୍ୟ ସରକାର ବହୁ ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଖଣି ବିଭାଗ ଓ ବନ ବିଭାଗର ମିଳିତ ଚଢାଉରେ ଦୁଇଟି ଖଣିଜ ପଦାର୍ଥ ଚୋରାଚାଲାଣ ଗାଡ଼ି ଜବତ ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଖୁଣ୍ଟପାଣି ନିକଟ ରାଜ୍ୟ ରାଜପଥ ନଂ ଦୁଇରେ ଦୁଇଟି ଚୋରା ଲୁହା ପଥର ବୋଝେଇ ଟ୍ରକ ଖଣି ବିଭାଗ ଦ୍ଵାରା ଚଢ଼ାଉ ବେଳେ ଜବତ କରାଯାଇ ଥିବା ନେଇ ସୂଚନା। ଉକ୍ତ ଦୁଇଟି ଗାଡ଼ି ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିବା ନଜରକୁ ଆସିଥିଲା ।ଗାଡ଼ି ଦୁଇଟି ଠିଆ ହୋଇ ଥିବାବେଳେ ସେଥିରେ ଚାଳକ ନଥିଲେ ।ଏଣୁ ବିଭାଗ ଦ୍ବୟଙ୍କ ଦ୍ଵାରା ଏହି ଟ୍ରକ୍ ଦୁଇଟି ଜବତ ହୋଇଥିଲା ।ଯୋଡା ଖଣି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଟ୍ରକ୍ ଦୁଇଟିରେ ବୋଝେଇ ଖଣିଜ ପଦାର୍ଥର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ହେବବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।ଖଣି ବିଭାଗ ଏହି ଟ୍ରକ୍ କୁ ନିଜ ଅକ୍ତିଆରକୁ ନେବାସହ ଏଦିଗରେ ଅଧିକ ତଦନ୍ତ ଚାଲୁ ରହିଥିବା ଖଣିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଖଣିଜ ପଦାର୍ଥ ଚୋରା କାରବାରରେ ଆନ୍ତଃରାଜ୍ୟ ଖଣିମାଫିଆ ବହୁ ମାତ୍ରାରେ ସକ୍ରିୟ ଅଛନ୍ତି ଏବଂ ଅଞ୍ଚଳ କିଛି ଖଣିମାଫିଆ ଓ କିଛି ଅସାଧୁ ଆଞ୍ଚଳିକ ଅଧିକାରୀ ମାନଙ୍କ ସହାୟତାରେ ଅନାୟାସରେ ଖଣିଜ ପଦାର୍ଥ ଚୋରାଚାଲାଣ କାରବାର ବେଧଡକ ଭାବେ ଚାଲୁ ରହିଥିବା ଦେଖିବାକୁ ମିଳେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



