
ଗୋଲାମୁଣ୍ଡା ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ଜନଗଣନା- ୨୦୨୭ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା
କଳାହାଣ୍ଡି (୧୯/୦୩/୨୬/)ପ୍ରତି ଦଶ ବର୍ଷରେ ଥରେ ଜନ ଗଣନା ହୋଇ ଥାଏ, ଗତ ୨୦୧୧ରେ ଜନ ଗଣନା ହୋଇ ଥିଲା, କିନ୍ତୁ ମହାମାରୀ କରୋନା ପାଇଁ ସ୍ଥଗିତ ରହି ଥିଲା, ଏବେ ପୁଣି ଆଜି ଗୋଲାମୁଣ୍ଡା ବ୍ଲକର ସର୍ବ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ୨୦୨୭ ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାଏକ ଙ୍କ ନେତୃତ୍ବରେ ଶିବିର ଅନୁଷ୍ଠିତ ହୋଇଥିଲା । ସର୍ବମଙ୍ଗଳା ଡିଗ୍ରୀ ମହା ବିଦ୍ୟାଳୟରେ ଏନୁମେରେଟର ଏବଂ ସୁପରଭାଇଜରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଯାଇଛି। ଗୋଲାମୁଣ୍ଡା ତହସିଲର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ୩-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି। ଏହି ଅବସରରେ ଗୋଲାମୁଣ୍ଡା ତହସିଲଦାର ଶ୍ରୀ ଚନ୍ଦନ ନାୟକ, ଅତିରିକ୍ତ ତହସିଲଦାର ଶ୍ରୀ ଅନୁଭବ ମହାନ୍ତି ଏବଂ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଗୋପାଳ ମେହେର, ପ୍ରଦୀପ କୁମାର ମିଶ୍ର ଓ ନବ କ୍ରୀଷ୍ଣା ସାହୁ , ଏ ବିଓ ପ୍ରଭାତ ଖମାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିରରେ ୬ ଜଣ ଫିଲ୍ଡ ଟ୍ରେନରଙ୍କ ମାର୍ଗଦର୍ଶନରେ ମୋଟ ୧୩୮ ଜଣ ଏନୁମେରେଟର ଏବଂ ସୁପରଭାଇଜର ଅଂଶଗ୍ରହଣ କରିଛନ୍ତି। ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପ୍ରକ୍ରିୟାଟି ୨ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଏବଂ ପ୍ରତି ପର୍ଯ୍ୟାୟରେ ୩ଟି ଲେଖାଏଁ ବ୍ୟାଚ୍ ରଖାଯାଇଛି। ପ୍ରଥମ ଦିନର ପ୍ରଶିକ୍ଷଣରେ ଜନଗଣନାର ମୌଳିକ ନିୟମ ଏବଂ ଘର ତାଲିକାକରଣ (House Listing) ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ଥର ‘ଡିଜିଟାଲ୍ ଜନଗଣନା’କୁ ସଫଳ କରିବା ପାଇଁ CMMS ଆପ୍ (CMMS App) ର ବ୍ୟବହାର ସମ୍ପର୍କରେ ତାଲିମଦାତାମାନେ ବିସ୍ତୃତ ଭାବେ ବୁଝାଇଛନ୍ତି। ଦ୍ୱାର ଦ୍ୱାର ବୁଲି ତଥ୍ୟ ସଂଗ୍ରହ କରିବା ସମୟରେ ଏହି ଆପ୍ର ସଠିକ୍ ବ୍ୟବହାର କିଭଳି କରାଯିବ, ସେନେଇ ଏକ ସାକ୍ଷାତ୍କାରମୂଳକ (Interactive Session) ଅଧିବେଶନ ମାଧ୍ୟମରେ ସମସ୍ତଙ୍କ ସନ୍ଦେହ ଦୂର କରାଯାଇଛି। ଆଗାମୀ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଜରିଆରେ ଗୋଲାମୁଣ୍ଡା ଅଞ୍ଚଳରେ ଡିଜିଟାଲ୍ ଜନଗଣନା ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ



