ଶିଶୁ କବି କୁମୁଦିନୀ ଘିଙ୍କ “ଫୁଲ ହୋଇ ଫୁଟିବି” କବିତା ସଙ୍କଳନ ଉନ୍ମୋଚନ ଉତ୍ସବ

କଳାହାଣ୍ଡି : ତା. ୧୩/୦୪, କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ କବି କୁମୁଦିନୀ ଘିଙ୍କ ପ୍ରଥମ କବିତା ସଙ୍କଳନ “ଫୁଲ ହୋଇ ଫୁଟିବି”ର ଉନ୍ମୋଚନ ଉତ୍ସବ, ଜିଲ୍ଲାସ୍ତରୀୟ କବିତା ଆସର ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ସର୍ବ ପ୍ରଥମେ ସରସ୍ଵତୀ ଶିଶୁ ମନ୍ଦିର ର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି-ତନ୍ମୟ କୁମାର ଦରୱାନ: ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି; ମୁଖ୍ୟବକ୍ତା-ଉମେଶ ଚନ୍ଦ୍ର ଶତପଥୀ: ବିଶିଷ୍ଟ ଗବେଷକ ଓ ସାହିତ୍ୟିକ; ସମ୍ମାନୀତ ଅତିଥି ଭାବେ ସିମାଞ୍ଚଳ ନାଗ, ବଙ୍କିମ ମୁଣ୍ଡ, ବିରଞ୍ଚି ନାରାୟଣ ମୁଣ୍ଡ, କଳ୍ପନା ରଥ, ଲଳିତ କାନୁନ ଗୋ, ବିଶ୍ବନାଥ କର, ଦୁର୍ଗା ପ୍ରସାଦ ନାଏକ, ହେମନ୍ତ ମୁଣ୍ଡ, ରାଧେଶ୍ୟାମ ପଣ୍ଡା, ଦେବେନ୍ଦ୍ର ବିଶି, ଅଶୋକ ପଟ୍ଟନାୟକ ମଞ୍ଚାସୀନ ହୋଇଥିଲେ। ଅତିଥିମାନଙ୍କ ଦ୍ବାରା “ଫୁଲ ହୋଇ ଫୁଟିବି” କବିତା ସଙ୍କଳନ ଉନ୍ମୋଚିତ ହେବା ସହିତ ବିଶିଷ୍ଟ କବି ଓ ଗବେଷକ ସିମାଞ୍ଚଳ ନାଗ, ବିଶିଷ୍ଟ କବି ଓ ନାଟ୍ୟକାର ବିରଞ୍ଚି ନାରାୟଣ ମୁଣ୍ଡ, ଅ’ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ, ମହାନ ଆମ ମାତୃଭାଷା ସଂଘର ସଭାପତି ରାଜେଶ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବିରଞ୍ଚି ନାରାୟଣ ମୁଣ୍ଡଙ୍କ ଦ୍ବାରା ସଙ୍କଳନଟିର ସମୀକ୍ଷା କରା ଯାଇଥିଲା। ଘୁମୁରାଗୁରୁ ମାର୍କଣ୍ଡ ନାଏକ ଏକ ଲୋକଗୀତ ଗାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଶିଷ୍ଟ କବି ପ୍ରେମଲାଲ ବାଗ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ରଜ କିଶୋର ମିଶ୍ର।
ବିଶିଷ୍ଟ କବି ଉଦ୍ଧବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି କୈଳାସ ରାଉତ: ବିଶିଷ୍ଟ ସାହିତ୍ୟିକ ଓ ମୁଖ୍ୟବକ୍ତା ପଦ୍ମଲୋଚନ ମିଶ୍ର: ବିଶିଷ୍ଟ ସାହିତ୍ୟିକ, ସମ୍ମାନୀତ ଅତିଥି ଭାବେ ସୁଧୀର ମେହେର, ଅଜୟ କୁମାର ପଣ୍ଡା: ନିର୍ଦ୍ଦେଶକ; ପ୍ରଗତି ଶିକ୍ଷାନୁଷ୍ଠାନ, ପ୍ରିୟମଞ୍ଜରୀ ପଣ୍ଡା: ଅଧ୍ୟକ୍ଷା, ସନ୍ତୋଷ ସିଂ ଦେଓ, ପ୍ରିୟବ୍ରତ ବାଣୁଆ, ମଳୟ ମୁଣ୍ଡ, କବୟିତ୍ରୀ ପଲ୍ଲବୀ ଦାସ, ପ୍ରେମାନନ୍ଦ ଘି ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ବ୍ରଜ କିଶୋର ମିଶ୍ର। ଶିବ ପ୍ରସାଦ ମହାରଣା ଓ ଭାଗିରଥୀ ସାଗରଙ୍କ ସଂଯୋଜନାରେ ଷାଠିଏରୁ ଅଧିକ କବି ସ୍ବରଚିତ କବିତା ପାଠ କରିଥିଲେ। ପରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କର୍ତ୍ତବ୍ୟର ମୁଖ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ, ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ, ମୂର୍ଚ୍ଛନା ସାହିତ୍ୟ ସଂସଦ ଓ ସମ୍ବାଦ ସାହିତ୍ୟ ଘର, ଜୁନାଗଡ଼ର ସଦସ୍ୟ- ଚନ୍ଦ୍ର ଶେଖର ସିଂ, ନିରଞ୍ଜନ ସାହାଣୀ, ସଞ୍ଜୟ ରାଉତ, ମନୋଜ ମେହେର, ସ୍ମିତା ସାହୁ । ଲେପନ ଘି, ମନିଷା ଘି, ବିଦ୍ୟାଧର ଘି, ବିନୋଦିନୀ ଘି ଅତିଥି ସତ୍କାର କରିଥିଲେ। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



