ନେପାଳର ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ବିହାରରେ; ଗଣ୍ଡକ ନଦୀରୁ ମିଳିଲା ୧୭ ମୃତଦେହ ପାଟନା: ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଏହାର ପ୍ରଭାବ ଏବେ ବିହାର ଓ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ନେପାଳରୁ ପ୍ରବଳ ବେଗରେ ଆସିଥିବା ବନ୍ୟାଜଳ ସହ ମଣିଷ ଓ ପଶୁଙ୍କ ମୃତଦେହ, କାଠ ଏବଂ ବିଭିନ୍ନ ଘରୋଇ ସାମଗ୍ରୀ ଭାସି ଭାରତରେ ପହଞ୍ଚୁଥିବା ଖବର ସାମ୍ନାକୁ ଆସିଛି। ବିହାରର ସୋନପୁର ଅଞ୍ଚଳରେ ଗଣ୍ଡକ ନଦୀରେ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଏନେଇ ପ୍ରଶାସନକୁ ସୂଚନା ଦେଇଥିଲେ। ଏହାପରେ ଉଦ୍ଧାରକାରୀ ଦଳ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ସୂଚନା ଅନୁସାରେ, ଗଣ୍ଡକ ନଦୀରୁ...



