ବିଶ୍ୱ ଜଳଦିବସରେ କୁମ୍ଭିର କାନ୍ଦଣାଜଳ ସଙ୍କଟ ସହ ବ୍ରାହ୍ମଣୀ ଜଳ ପାଲଟିଛି ଜହର! ତାଳଚେର, ୨୨/୦୩ – ଗ୍ରୀଷ୍ମର ଆଗମନ ପୂର୍ବରୁ ତାଳଚେରରେ ଜଳସଙ୍କଟ ଉତ୍କଟହେବା କଥା କାହାକୁ ବି ଅଛପା ନଥାଏ । ପିଇବା ପାଣି ଟିକିଏ ପାଇଁ ତାଳଚେରବାସୀ ୮ମାସ କାଳ ଡ଼ହକବିକଳ ହେବା ଛଡ଼ା ଆଉ କିଛି ଉପାୟ ନଥାଏ ବୋଲି ଅଂଚଳବାସୀଙ୍କ କ୍ଷୋଭ ଓ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନବରତ ଭାବେ ଏହି ବ୍ରାହ୍ମଣୀନଦୀରୁ ତାଳଚେର ଅଂଚଳରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାମାନେ ନଦୀକୂଳରେ ପମ୍ପହାଉସ୍ ନିର୍ମାଣ କରି ଅହରହ ପାଣି ଶୋଷି ନେଉଥିବା ବେଳେ ଅଂଚଳବାସୀମାନେ ଜଳଟିକେ ପାଇଁ ହାହାକାର...






