ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ଼ତାଳଚେର, ୧୨/୦୪ ତାଳଚେର ପୌରାଚଂଳ ଅନ୍ତର୍ଗତ ୪ନଂ-ୱାର୍ଡ଼ ନୁହୁରାସାହିର ବିମ୍ବାଧର ବେହେରାଙ୍କ (୬୩)ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ । ଆଜି ସେ ଦିବା ୨ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣ, ସହୃଦୟ ବ୍ୟକ୍ତି ଭାବେ ଅଂଚଳରେ ପରିଚିତ । ଏହି ଦୁଃଖଦ ଖବର ପ୍ରଚାରିତ ହେବାପରେ ଅଂଚଳରେ ଏକ ଶୋକକୂଳ ପରିବେଶ ସୃଷ୍ଟି କରିଥିଲା । ତାଙ୍କର ମୃତ୍ୟୁ ବେଳକୁ ପରିବାରବର୍ଗ ଉପସ୍ଥିତ ଥିଲେ । ମା’ସେବକସଂଘ ସମ୍ପାଦକ ତଥା ବରିଷ୍ଠ ଗଣମାଧ୍ୟମ...






