ମହାରାଜା ବ୍ରଜ ମୋହନ ଦେଓଙ୍କ ୧୩୦ ତମ ଜୟନ୍ତୀ ଆଧୁନିକ କଳାହାଣ୍ଡିର ନିର୍ମାତା ୩୦ ତମ ନାଗବଂଶୀ ଶାସକ ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ବ୍ରଜ ମୋହନ ସାହିତ୍ୟ ସମିତି ପକ୍ଷରୁ ପାଳିତ ହୋଇଛି। ସନ୍ଧ୍ୟା ସାଢ଼େ ଛଅ ଟାରେ ଭବାନୀପାଟଣା ସ୍ଥିତ ଷ୍ଟାଚ୍ୟୁ ଛକରେ ବ୍ରଜମୋହନ ଦେଓଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ତାପରେ ରାଜବାଟି ସ୍ଥିତ ସଭା ମଣ୍ଡପରେ ଆୟୋଜିତ ସାହିତ୍ୟ ସଭାରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ , ମହାରାଣୀ ରିତୁଜା କୁମାରୀ ଦେବୀ ଓ କଳାହାଣ୍ଡି ଲୋକ ସଭା ସାଂସଦ ମାଳବିକା ଦେବୀ ଅତିଥି ଭାବରେ ଯୋଗଦେଇଥିବା...






