ଭୁବନେଶ୍ୱର: କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡରେ ୩ ମୃତ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଥାଉକି, କେନ୍ଦୁଝର ନରଣପୁରରେ କାଳବୈଶାଖୀରେ ୩ ଜଣଙ୍କ ଜୀବନ ଯାଇଥିଲା । ପ୍ରବଳ ଝଡ଼ରେ ଟେଣ୍ଟଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଭାରୀ ଲୁହା ଫ୍ରେମ୍ ଏବଂ କପଡ଼ା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୩ ଜଣ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଟେଣ୍ଟ ତଳୁ ବାହାର କରାଯାଇଥିଲେ...

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-15-scaled.jpg)




