ଉଦ୍ଯାପିତ ହେଲା ତାଳଚେର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାତାଳଚେର, ୦୪/୦୫ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଚାଲିଥିବା ତ୍ରିଦିବସୀୟ ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ରବିବାର ଉଦ୍ଯାପିିତ ହୋଇଯାଇଛି । ତାଳଚେର ସଙ୍କୁଳ ସଂଯୋଜକ ତଥା ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ବାବୁଲି କୁମାର ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳମଛୁଇଁ, ବଡଯୋରଡ଼ା, ଆମ୍ବମୁଣ୍ଡା, ତାଳଚେର, ଦେଉଳବେଡା, ବିକ୍ରମପୁର, ନୂଆଁ ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୫୪ ଜଣ ଆଚାର୍ଯ୍ୟ, ଆଚାର୍ଯ୍ୟା ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ତାଳଚେର ସଙ୍କୁଳ ସଂଯୋଜକ ବାବୁଲି ସାମଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତା...