ଡ଼ିଏଭି ପବ୍ଲିକ ସ୍କୁଲରେ ୩୧ତମ ପ୍ରତିଷ୍ଠା ଦିବସତାଳଚେର, ୧୦/୦୭ ଡ଼ିଏଭି ପବ୍ଲିକ ସ୍କୁଲ କଳିଙ୍ଗକ୍ଷେତ୍ରର ୩୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବୈଦିକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଉତ୍ସବର ମୁଖ୍ୟଅତିଥି ପଦ୍ମଶ୍ରୀ ଡ଼ଃ ଅଦୈତ୍ୟ ଚରଣ ଗଡ଼ନାୟକ ବିଶିଷ୍ଟ ଅତିଥିରୂପେ ପ୍ରତିଭା ମହିଳାମଣ୍ଡଳର ସଭାପତି ଅସ୍ମିତା ଯୋଶୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଛାତ୍ରୀ ୨୦୨୫ ମସିହାରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ଏସ ମିନାକ୍ଷ ଅତିଥିରୂପେ ଯୋଗଦାନ କରିଥିଲେ । ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଦଶମ ଓ...






