କଳମଛୁଇଁ ଶିଶୁମନ୍ଦିରର ନୂତନ ବସ ଲୋକାର୍ପିତତାଳଚେର, ୩୦/୦୬ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏକ ନୂତନ ବସ ଲୋକାର୍ପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗଗନ ବିହାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁ, ଯୁଗ୍ମ ସଂପାଦକ ବିକ୍ରମ ଜେନା ଓ କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ...






