ଅନୁଗୋଳ : ୮ ହଜାର ଟଙ୍କା ଲାଞ୍ଚ ନେଇ ହରଡ଼ ଘଣାରେ ପୋଲିସ । ଅନୁଗୋଳ ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜରପଡା ଥାନା ଏଏସଆଇ । ଜଣେ ଅଭିଯୋଗକାରୀଙ୍କ ଠାରୁ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ଲାଞ୍ଚ ଦାବି କରିଥିବା ବେଳେ ତାଙ୍କୁ ରଙ୍ଗେହାତ ଧରିଛି ଭିଜିଲାନ୍ସ । ଜରପଡା ଥାନା ଏଏସଆଇ ସୀତା ନାଏକ ଏକ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବାରମ୍ବାର ଟଙ୍କା ଦେବାକୁ ଚାପ ପକାଇବା ପରେ...






